ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମରୁ ବ୍ରେକ୍ ନେଇ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ପତି ବିରାଟ କୋହଲିଙ୍କ ସହ ସମୟ ବିତାଉଛନ୍ତି । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନ୍ୟୁଜଲାଣ୍ଡ ବିପକ୍ଷରେ ୫ଟି ସିରିଜ୍ ରୁ ୩ଟିରେ ଆଗରେ ଅଛି । ଇତି ମଧ୍ୟରେ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କୁ ନେଇ ଛୁଟି କାଟିବା ପାଇଁ ବାହାରି ପଡିଛନ୍ତି ।
ବିରାଟ କୋହଲି ଅନୁଷ୍କାଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ପ୍ରାଇଭେଟ୍ ଜେଟ୍ ସାମ୍ନାରେ ଠିଆ ହୋଇ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି । କୋହଲିଙ୍କର ଏହି ଫଟୋକୁ ଦେଖି ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ଯେପରି ଜଣେ ୟୁଜର୍ସ ଲେଖିଛନ୍ତି କି , ‘କ’ଣ ଆପଣଙ୍କ ପାଖରେ ପ୍ରାଇଭେଟ୍ ଜେଟ୍ ଅଛି ।’ ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ଭାଇ ପ୍ରାଇଭେଟ୍ ଜେଟ୍ କିଣି ଦେଇଛନ୍ତି ।’ ପୁଣି ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ‘ଏ ପ୍ରାଇଭେଟ୍ ଜେଟ୍ ଆପଣଙ୍କର?’
ଏହାପୂର୍ବରୁ ବିରାଟ ଏବଂ ଅନୁଷ୍କାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ହାତ ଧରା ଧରି ହୋଇ ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି ।
ଏହାପୂର୍ବରୁ କୋହଲି ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ‘ମୁଁ ଏବଂ ମୋ ପତ୍ନୀ ସାଧାରଣ ଜିନିଷ କରିବାକୁ ପସନ୍ଦ କରୁ । ଯେପରି ଲମ୍ବା ସମୟ ପର୍ଯ୍ୟନ୍ତ ୱାକ୍ କରିବା । ଯଦି ଆମେ ନେପିୟର ଭଳି ସୁନ୍ଦର ଜାଗାରେ ଅଛୁ । ଗୋଟେ ରାତି ଆମେ ମରୀନ ପରେଡ ଯାଇଥିଲୁ ଯେଉଁଠି ବେଞ୍ଚ ଉପରେ ବସି ଚାନ୍ଦିନୀ ରାତିର ମଜା ଉଠାଇଲୁ । ଆମେ ଛୋଟ ଛୋଟ ଜିନିଷରେ ମଜା ଉଠାଇଥାଉ । କାରଣ ଆମେ ଲୋକଙ୍କ ନଜରରେ ରହିଥାଉ ।’
ଓକଲ୍ୟାଣ୍ଡ ଏୟାରପୋର୍ଟରେ ସ୍ପଟ୍ ହୋଇଥିଲେ ବିରାଟ ଏବଂ ଅନୁଷ୍କା । ଯେଉଁଠି ଦୁହେଁ ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଥିଲେ । ଉଭୟଙ୍କର ନ୍ୟୁଜଲଣ୍ଡରେ ବି ପ୍ରଶଂସକ ଖୁବ୍ କମ୍ ନୁହଁନ୍ତି ।