ମୁମ୍ବାଇ (ଏଟିଆର ବ୍ୟୁରୋ) : ଜାନୁଆରୀ ୧୧ରେ ଅନୁଷ୍କା ଏବଂ ବିରାଟଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବା ଖବରଠି କିଛି କ୍ଷଣ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥିଲା । ଏହି ଖବରକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । ତେବେ ସେମାନଙ୍କ ଝିଅର ଚେହେରା ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ବ୍ୟାକୁଳ ମଧ୍ୟ ହୋଇଗଲେଣି । କିନ୍ତୁ ବିରୁଷ୍କା ଏବେ ନିଜ ସନ୍ତାନକୁ ନେଇ ସଚେତନ ରହୁଛନ୍ତି । ଅନୁଷ୍କା ନିଜର ଏକ ସାକ୍ଷାତକାରରେ କହିଥଲେ ସେ ନିଜ ପିଲାକୁ ଗଣମାଧ୍ୟମ ଠାରୁ ଦୁରେଇ ରଖିବାକୁ ଚାହୁଛନ୍ତି । ଏପରିକି ଗର୍ଭାବସ୍ଥା ସମୟରେ ବାଲକୁନିରେ ଏକତ୍ର ବସି ଖାଉଥିବା ସମୟରେ କିଛିଦୂରରେ ଥିବା ଜଣେ ଫଟୋଗ୍ରାଫରଙ୍କୁ ଅନୁଷ୍କା ଫଟୋ ନ ଉଠାଇବାକୁ ଅନୁରୋଧ କରିଥିଲେ ।
ଏବେ ବିରୁଷ୍କା ଏକ ନୋଟ ଏବଂ କିଛି ଉପହାର ପଠାଇ ଫଟୋଗ୍ରାଫରଙ୍କୁ ଫଟୋ ନ ଉଠାଇବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ସେମାନେ ଏବେ ନିଜ ସନ୍ତାନ ସହ କିଛି ଏକୁଟିଆ ସମୟ ବିତାଇବାକୁ ଚାହୁଛନ୍ତି । ସମୟ ଆସିଲେ ଫଟୋଗ୍ରାଫରଙ୍କୁ ଫଟୋଇବାର ସୁଯୋଗ ମିଳିବ । ତେବେ ଉପହାରରେ ସେ ଏକ ସୁଗନ୍ଧିତ ମହମବତୀ ,କିଛି ଫଳ ,ଚକୋଳେଟ୍ ଏବଂ ମିଠା ଦେଇଛନ୍ତି । ଏହି ଭିଡିଓଟି ବିରାଟ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।