ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ହେଉଛି ବାବୁସାନଙ୍କ ଜନ୍ମଦିନ । ୩୦ ବର୍ଷରେ ପାଦ ଦେଇଛନ୍ତି ଏହି ଓଲିଉଡ ଷ୍ଟାର । ବାବୁସାନଙ୍କ ଜନ୍ମଦିନରେ ତାଙ୍କ ପ୍ରଂଶସକମାନେ ପ୍ରଂଶସାର ସୁଅ ଛୁଟାଇଛନ୍ତି । ସମସ୍ତେ ନିଜର ପ୍ରିୟ ଅଭିନେତାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି । ତାଙ୍କ ପ୍ରଂଶସକମାନେ ଆଜି ନିଜ ହ୍ୱାଟ୍ସଆପରେ ଡିପି ରଖିବା ସହିତ ଷ୍ଟାଟସ ମଧ୍ୟ ଅପଡେଟ କରିଛନ୍ତି । ସବୁବର୍ଷ ନିଆରା ଉପାୟରେ ଜନ୍ମଦିନ ପାଳିଥାନ୍ତି ବାବୁସାନ । ତେବେ ଏହି ବର୍ଷ କିପରି ଜନ୍ମଦିନ ପାଳିବେ ତାଉପରେ ସମସ୍ତଙ୍କ ନଜର ।
ଓଡିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ବାବୁସାନ । ତେବେ ବାପା ମାଙ୍କ ଭଳି ନିଜେ ଜଣେ ଦକ୍ଷ ଅଭିନେତା ଭାବରେ ଦର୍ଶକ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେ । ନିଜର ଅଭିନୟର ଯାଦୁକୁ ସମସ୍ତେ ବେଶ ପ୍ରଂଶସା କରିଛନ୍ତିି । ସେ ପ୍ରଥମ ଫିଲ୍ମ ‘ରୋମିଓ ଦି ଲଭର ବୟ’ ଓଲିଉଡରେ ଏଣ୍ଟ୍ରି କରିଥିଲେ । ହରପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଙ୍ଗୀୟ ସୁନ୍ଦରୀ ଝିଲ୍ଲିକ ସାଜିଥିଲେ ହିରୋଇନ ।
ଏହି ଦୁହିଁଙ୍କ ଯୋଡିକୁ ବେଶ ପ୍ରଂଶସା କରିଥିଲେ ଓଲିଉଡ ପ୍ରେମୀ । ଫିଲ୍ମଟି ମଧ୍ୟ ହିଟ ସାବ୍ୟସ୍ତ ହୋଇଥିଲା । ତେବେ ଏହି ସଫଳତା ପରଠାରୁ ଆଉ ପଛକୁ ଚାହିଁ ନାହାଁନ୍ତି ବାବୁସାନ । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଓଡିଆ ସିନେ ପ୍ରେମୀଙ୍କୁ ଭେଟି ଦେଇଛନ୍ତି । ବାବୁସାନଙ୍କ କମେଡି ସୁକ୍ୟୁଏନ୍ସ ସମସ୍ତଙ୍କ ମତୁଆତା କରିଛି । ସବୁ ଫିଲ୍ମରେ ସେ ନିଆରା ଅନ୍ଦାଜରେ ଅଭିନୟ କରିଥାନ୍ତି ।
‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ବାବୁସାନଙ୍କ ନିଖୁଣ ଅଭିନୟକୁ ବେଶ ପ୍ରଂଶସା କରିଛନ୍ତି ସିନେ ପ୍ରେମୀ । ଝିଅ ରୋଲରେ ବାବୁସାନଙ୍କ ଅଭିନୟ ଥିଲା ନିଆରା । ଝିଅ ରୋଲକୁ ମଧ୍ୟ ଭଲସେ ଫୁଟାଇଥିଲେ । ଚକୋଲେଟ ହିରେ ହୋଇଥିବାରୁ ସେ ସତରେ ମଧ୍ୟ ଝିଅଙ୍କଠାରୁ ଅଧିକ ସୁନ୍ଦର ଦେଖାଯାଉଥିଲେ । ଯାହାକି ସମସ୍ତଙ୍କୁ ମତୁଆଲା କରିଥିଲା । କେତେକ ଦର୍ଶକ କହିଥିଲେ କି ବାବୁସାନ ଝିଅ ହୋଇଥିଲେ ଭଲ ହୋଇଥାଆନ୍ତା । କାରଣ ସେ ଝିଅ ବେଶେରେ ବେଶ ସୁନ୍ଦର ଦେଖାଯାଉଛନ୍ତି ।
ବାବୁସାନ ୧୯୮୯ ଜୁଲାଇ ୩୦ ତାରିଖରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ବେଶ ନଟଖଟ ଥିଲେ । ବାପା ଏବଂ ମା ଉଭୟ ଫିଲ୍ମ ଲାଇନରେ କାମ କରୁଥିବାରୁ ପିଲାଟି ଦିନରୁ ସେ ସୁଟିଂ ସେଟରେ ଅଧିକାଂଶ ସମୟ କାଟିଥିଲେ । ତେବେ ନିଜର ଦକ୍ଷତା ପାଇଁ ସେ ଆଜି ଏତେ ଉପରକୁ ଉଠି ପାରିଛନ୍ତି । ତାଙ୍କର ଗୀତ ପ୍ରତି ଥିଲା ଦୁର୍ବଳତା । ଏବେ ସେ ଅଧିକାଂଶ ଫିଲ୍ମରେ ଗୀତ ଗାଉଛନ୍ତି । ୨୦୧୪ ମସିହାରେ ବାବୁସାନ ବାଲ୍ୟ ବନ୍ଧୁ ତୃପ୍ଟି ଶତପଥୀଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବୈବାହିକ ଜୀବନ ବେଶ ଖୁସିରେ ମଧ୍ୟ କଟୁଛି । ତେବେ ତାଙ୍କର ୩୦ତମ ଜନ୍ମଦିନରେ ଏଟିଆର ନ୍ୟୁଜ ପକ୍ଷରୁ ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଛା ।