ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନ ଓ ସାଂସଦ ଅନୁଭବ ମହାନ୍ତିଙ୍କର ଘରୋଇ ବିବାଦ ଏବେ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି । ଓଡିଉଡର ଏହି ଷ୍ଟାର ଦମ୍ପତିଙ୍କର ଘରୋଇ କଳୀ ଏବେ ଦାଣ୍ଡରେ ପଡି ଘାଟରେ ଗଡୁଛି । ନିଜ ବୈବାହିକ ଜୀବନରେ ଦୁହେଁ ଖୁସି ନଥିବା ଦର୍ଶାଇ ଏବେ ଦୁହେଁ କୋର୍ଟର ଦ୍ୱାରସ୍ଥ ହେବା ସହ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଥା କଟାକଟି ଜାରି ରହିଛି ।
ବର୍ଷା କଟକ ସ୍ଥିତ ଏସଡିଜିଏମ କୋର୍ଟରେ ନିଜର ପିଟସନ ଦାୟର କରିଥିବା ବେଳେ ସ୍ୱାମୀ ଅନୁଭବ ମହାନ୍ତି ସୁପ୍ରିମକୋର୍ଟରେ ନିଜର ପିଟିସନ ଦାୟର କରିଥିଲେ । ଯାହାକୁ ନେଇ ଏବେ ବର୍ଷା ପୁଣି ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲା କଟକ ଫାମିଲି କୋର୍ଟ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ପୂର୍ବରୁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ପାଇଁ ଏକ ପିଟିସନ ଦିଲ୍ଲୀସ୍ଥିତ ପଟିଆଲା ହାଉସକୋର୍ଟରେ କରିଥିଲେ । ଯାହାକୁ ନେଇ ବର୍ଷା ଆଜି ନିଜ ପିଟିସନରେ ର୍ଦଶାଇଛନ୍ତି କି, ତାଙ୍କ ପାଇଁ ଦିଲ୍ଲୀ ଯାଇ ପିଟିସନ ଲଢିବା ସମ୍ଭବ ପର ନୁହେଁ । ତେଣୁ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024