ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଆ ଫିଲ୍ମ ଜଗତର ଜଣେ ଚିହ୍ନା ମୁହଁ ଭାବରେ ବେଶ ପରିଚିତ ହେଉଛନ୍ତି ମିହିର ଦାସ । ଆଜି ଏହି ଭେଟେରିଆନ ଆକ୍ଟର ତଥା ବିଜେପି ରାଜନତାଙ୍କର ଜନ୍ମ ଦିବସ । ତାଙ୍କୁ ଆଜି ୫୨ ବର୍ଷ ଛୁଇଁଛି । ସକାଳୁ ସକାଳୁ ମିହିର ଦାସଙ୍କ ନିକଟକୁ ଛୁଟି ଆସିଛି ଶୁଭେଛାର ସୁଅ । ନେତା,ଅଭିନେତା ଏବଂ ସାଧାରଣ ଲୋକ ସମସ୍ତେ ମିହିରଙ୍କୁ ଜଣାଇଛନ୍ତି ଶୁଭେଛା । ୧୯୬୬ ମସିହା ଫେବୃଆରୀ ୧୭ ତରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ସେ ୧୯୭୬ ମସିହାରେ ଓଡିଉଡ ଜଗତରେ ପାଦ ଥାପିଥିଲେ । ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।
ମିହିର ଦାସ ପ୍ରଥମେ ମଥୁର ବିଜୟ ଫିଲ୍ମ ମାଧ୍ୟରେ ଓଡିଉଡରେ ଡେବ୍ୟୁ କରିଥିଲେ । ଏହା ପରାଠାରୁ ସେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମରେ ଅଭିନୟ କରି ଓଡିଆ କଳାକାରଙ୍କ ମନମୋହି ଚାଲିଛନ୍ତି । ସେ ଏକାଧାରରରେ କମେଡି,ପାର୍ଥେଟିକ ଏବଂ ଭିଲିଆନ ରୋଲ ମଧ୍ୟ କରିଛନ୍ତି । ନିଜ ଦକ୍ଷତା ପାଇଁ ମିହିର୍ ଦାସଙ୍କୁ ଅନେକ ସମ୍ମାନ ମିଳିଛି। ଓଡିଆ ଷ୍ଟେଟ୍ ଫିଲ୍ମ ଆୱାର୍ଡ। ‘ଫେରିଆ ମୋ ସୁନା ଭଉଣୀ’ ଫିଲ୍ମ ପାଇଁ ‘ବେଷ୍ଟ ଆକ୍ଟର’ ଆୱାର୍ଡ, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଫିଲ୍ମ ପାଇଁ ‘ବେଷ୍ଚ ସପୋର୍ଟିଂ ଆକ୍ଟର’, ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ‘ବେଷ୍ଟ କମେଡିଆନ୍’ ଆୱାର୍ଡ ହାତେଇଛନ୍ତି ସେ।
ମିହିର ଦାସଙ୍କ ଦୁଇଟି ପୁଅ ଅଛନ୍ତି । ଏବଂ ତାଭ୍କ ପତ୍ନୀ ଥିଲେ ସଙ୍ଗୀତା ଦାସ । ସେ ଏବେ ଆଉ ନାହାଁନ୍ତି । ସବୁଦିନ ପାଇଁ ସେ ଇହଧାମ ତ୍ୟାଗ କରିସାରିଛନ୍ତି । ସେପଟେ ମିହିର ଦାସଙ୍କ ପୁଅ ଅମ୍ଳାନ ଓଡିଉଡରେ ଏଣ୍ଟି କରି ବହୁ ହିଟ ଫିଲ୍ମ କରି ସାରିଛନ୍ତି । ମିହିର ଦାସ ମଧ୍ୟ ରାଜନେତା ଭାବରେ ପରିଚିତ । ସେ ଏବେ ବିଜେପିରେ ଜଣେ ସକ୍ରୀୟ କର୍ମୀଭାବରେ କାମ କରୁଛନ୍ତି । ସେ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ତେବେ ସେ ଆଗାମୀ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେ ଯାହାବି ହେଉ ଆଚି ତାଙ୍କର ଜନ୍ମ ଦିନ ଅବସରରେ ତାଙ୍କୁ ଜୀବନରେ ସଫଳ ମିଳୁ ବୋଲି ଶୁଭେଛା ଜଣାଉଛି ଏଟିଆର ନ୍ୟୁଜ ।