ମୁମ୍ବାଇ ( ଏଟିଆର ବ୍ୟୁରୋ): ସୁପରଷ୍ଟାର ଅମିର ଖାଁଙ୍କ ଝିଅ ଇରା ଖାନଙ୍କ ରିଲେସନକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସବୁବେଳେ ସିନେମା ଇଣ୍ଡଷ୍ଟ୍ରୀ ଠାରୁ ଦୂରେଇ ରହୁଥିବା ଇରା ଏବେ ନିଜ ଲଭ ଲାଇଫ୍ର ଖୁଲାସା କରିଛନ୍ତି । ସୋଶାଲ ମିଡିଆରେ ଏନେଇ ଇରା ନିଶ୍ଚିନ୍ତ କରିଛନ୍ତି କି ସେ ଏବେ ପ୍ରେମ ସମ୍ପର୍କରେ ରହିଛନ୍ତି । ମ୍ୟୁଜିସିଆନ ମିସାଲ କୃପଲାନୀ ଙ୍କୁ ଡେଟ କରୁଥିବା ସେ ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ଏନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ନେଇ ସେତେବେଳେ ଇରା ମୁହଁ ଖୋଲି ନଥିଲେ ।
ଇରା ପୂର୍ବରୁ ମଧ୍ୟ ମିସାଲଙ୍କ ସହିତ କିଛି ଫଟୋ ସେୟାର କରିଥିଲେ । ଯାହାକୁ ନେଇ ଇରା ସମ୍ପର୍କରେ ଥିବା ନେଇ ଅନୁମାନ କରାଯାଉଥିଲା । ବର୍ତ୍ତମାନ ଖୋଦ ଇରା ନିଜ ଇନଷ୍ଟାଗ୍ରାମ ପେଜରେ ଏହି ବିଷୟରେ ଖୁଲାସା କରିଛନ୍ତି । ଉଭୟଙ୍କର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଇନଷ୍ଟାଗ୍ରାମରେ ଇରା ଛାଡିଥିବା ଫଟୋରେ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ କି, ଇଏ କେଉଁ ପ୍ରକାର ରିଲେସନ? ଯାହାର ଉତ୍ତର ଇରା ଏକ ଫଟୋରେ ଦେଇଥିଲେ ।
ଯେଉଁ ଫଟୋରେ ଇରା ଏବଂ ମିସାଲ ପରସ୍ପରକୁ ହଗ କରୁଥିବା ନଜର ଆସିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଇରା ଏହି ପୋଷ୍ଟରେ ମିସାଲଙ୍କୁ ଟ୍ୟାଗ କରିଛନ୍ତି । ସୂଚନାଯୋଗ୍ୟ ଭାଲେଣ୍ଟାଇନ ଡେରେ ଇରା ମିସାଲଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ମିସାଲ ଏକ ପିଆନୋ ପାଖରେ ଗୀତ ଗାଉଥିଲେ ।