ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ କୁହାଯାଉଥିବ ଆମୀର ଖାନ୍ ଏବେ ଲାଲ ସିଂହ ଚଡ୍ଢା ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ଏହି ଫିଲ୍ମରେ ଆମୀରଙ୍କ ସହିତ କରୀନା କପୁର ନଜର ଆସିବେ । ଏହି ଫିଲ୍ମ ଟି ହଲିଉଡ ଫିଲ୍ମ ‘ଫରେଷ୍ଟ ଗଂପ’ ରିମେକ । ଇତି ମଧ୍ୟରେ ଶୁଣିବାକୁ ମିଳୁଛି କି ଆମୀର ଖାନ୍ ଏବେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ୱେବ ସିରିଜ୍ ସ୍ପେସ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
ରିପୋର୍ଟ ମୁତାବକ, ଆମୀର ଖାନ୍ ଙ୍କୁ ଓଟିଟି ମଲ୍ଟି ସିରିଜ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ବହୁତ ବଡ ସ୍ପେସ୍ ରେ ହେବାକୁ ଯାଉଛି । ସେପଟେ ମେଟେରିଆଲ ଡେଭଲପ କରିବାରେ ଲାଗିଛନ୍ତି ଆମୀର ଖାନ୍ ଙ୍କ ଟିମ୍ ଟାଇଟର୍ସ । ଏହି ସୋ’ ହ୍ୟୁମାନ ଇଣ୍ଟରେଷ୍ଟ ଡ୍ରାମା ହେବ । ହୁଏତ ଏନେଇ ଏପର୍ଯ୍ୟନ୍ତ ଅଫିସିଆଲ ସୂତ୍ରରୁ ସ୍ପଷ୍ଟିକରଣ କରାଯାଇ ନାହିଁ ।