ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଇଣ୍ଡଷ୍ଟ୍ରିରୁ ଦୂରେଇ ରହୁଛନ୍ତି । କିନ୍ତୁ ସେ ଜଣେ ଫଟୋଗ୍ରାଫରଙ୍କୁ ମରାମରି କରିଥିବାର ଥାନାରେ ସାଂଘାତିକ ଅଭିଯୋଗ ଆସିଛି ।
କଥା କ’ଣ କି, ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଅର୍ଜୁନ ନାଇଟ କ୍ଲବରେ ଡିଜେ ପ୍ଲେ କରୁଥିବା ବେଳେ, ଜଣେ ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇ ଦେଇଥିଲେ । ସେହି ସମୟରେ ଅର୍ଜୁନ ରାଗି ଯାଇ ଫଟୋଗ୍ରାଫରଙ୍କ ଠାରୁ କ୍ୟାମେରା ଛଡାଇ ଫିଙ୍ଗିଦେବା ସହ ତାଙ୍କୁ ମାରିବା ଆରମ୍ଭ କରିଦେଇଥିଲେ । ସେହି କ୍ଲବରେ ନାଚୁଥିବା ଶୋଭିତ ନାମକ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ କ୍ୟ।।ମେରା ବାଜି ସେ ଆହତ ହୋଇଥିଲେ ।
ଶୋଭିତଙ୍କ କହିବାନୁଯାୟୀ, ‘ମୁଁ ଜାଣିନି ରାମପାଲ ମୋ ଉପରକୁ କ୍ୟାମେରା କାହିଁକି ଫୋପାଡିଲେ । ଏହାପରେ ମୁଁ ପୋଲିସ ଥାନାରେ ତାଙ୍କ ନାଁରେ ଅଭିଯୋଗ ଦାଖଲ କରିଥିଲି’ ।
ଏହି ଘଟଣାର ସିସିଟିଭି ଫୁଟେଜର ସମସ୍ତ ତଦନ୍ତ ଚାଲିଛି ବୋଲି ପୋଲିସ ମତ ବ୍ୟକ୍ତ କରିଛି । କିନ୍ତୁ ଅନ୍ୟପଟରେ ଆହତ ଶୋଭିତ ଏହି ଘଟଣାରେ ପୋଲିସ ସହଯୋଗ କରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ।