କଟକ ( ଏଟିଆର ବ୍ୟୁରୋ): ଗତକାଲି ବର୍ଷା ପ୍ରିୟଦର୍ଶିନୀ ଲୋକସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ସଂଙ୍ଗୀନ ଅଭିଯୋଗ ଆଣିଥିବା କବର ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଭିନେତ୍ରୀ ବର୍ଷା ଦର୍ଶାଇଥିଲେ ଯେ ସ୍ୱାମୀ ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ତାଙ୍କୁ ଅଣଦେଖା କରୁଥିଲେ । ଗତ ଶନିବାର ଦିନ କଟକର ଏସଡିଜିଏମ କୋର୍ଟର ଦ୍ୱାରସ୍ଥ ହୋଇ ବର୍ଷା ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।
ପାରିବାରିକ ହିସାଂ ନିରୋଧ ଆଇନ ଧାରା ୧୨ ଅନୁଯାୟୀ ମାମଲା ରୁଜୁ କରିଛନ୍ତି ବର୍ଷା । ସେ ନିଜ ପିଟିସନରେ ଦର୍ଶାଇଥିଲେ କି ସ୍ୱାମୀ ଅନୁଭବ ତାଙ୍କୁ ଶାରିରୀକ ଓ ମାନସିକ ନିର୍ୟ୍ୟାତନା ଦେଉଛନ୍ତି । ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ଅନୁଭବ ନିଜେ ମଦ ପିଇବା ସହ ତାଙ୍କ ଉପସ୍ଥିତିରେ ନିଜର ମଦ୍ୟପ ବନ୍ଧୁମାନଙ୍କୁ ବେଡରୁମକୁ ଆଣି ମଦ ପିଅନ୍ତି । ଖାଲି ସେତିକି ନୁହେଁ ବର୍ଷା ଏହାର ପ୍ରତିବାଦ କରିଲେ ତାଙ୍କୁ ନିର୍ଯ୍ୟାତନା ଦେବା ସହ ରୁମରୁ ବାହାର ମଧ୍ୟ କରିଦିଅନ୍ତି । ଅନୁଭବ ତାଙ୍କୁ ବାରମ୍ବାର ମଦ ନିସାରେ ଘରୁ ମଧ୍ୟ ବାହାର କରି ଦେଇଛନ୍ତି ବୋଲି ବର୍ଷା ଅଭିଯୋଗ କରିଥିଲେ ।
ବର୍ଷା ଯେଉଁ ପିଟିସନ ଦାୟର କରିଛନ୍ତି ସେଥିରେ ସେ ଅନୁଭବଙ୍କ ନିକଟରୁ ଘରଭଡା ବାବଦରେ ୨୦ ହଜାର ଟଙ୍କା ମାସିକ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା, କ୍ଷତି ପୂରଣ ବାବଦରେ ୧୩କୋଟି ଟଙ୍କା ଓ ରୋଜଗାର ହରାଇବାରୁ ସେ ବାବଦରେ ୨କୋଟି ଟଙ୍କା ଦାବି କରିଥିଲେ। ତେବେ ବର୍ଷାଙ୍କ ପରେ ଏବେ କୋର୍ଟର ଦ୍ୱାରସ୍ଥ ହୋଇଥିବା କଥା ସୂଚନା ଦେଲେ ଅନୁଭବ ମହାନ୍ତି । ସେ ବର୍ଷାଙ୍କ ନାମରେ ପାଲଟା ଅଭିଯୋଗ ଆଣିଛନ୍ତି । ବର୍ଷାଙ୍କ ବିରୋଧରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡପତ୍ର ପିଟିସନ ଦାୟର କରିଛନ୍ତି । ବର୍ଷାଙ୍କ ବିରୋଧରେ ୪୭ ପୃଷ୍ଠାର ଏକ ପିଟିସନ ଦାଖଳ କରିଛନ୍ତି ଅନୁଭବ ।
ଯେଉଁଥିରେ ସେ ଦର୍ଶାଇଛନ୍ତି ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିଲେ । ବାହାଘରର ପ୍ରଥମ ଦିନରୁ ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ରାଜିନଥିଲେ । ଏଥିପାଇଁ ୩ ରୁ ୪ ମାସ ସମୟ ମାଗିଥିଲେ । ରାଜ୍ୟସଭା ସାଂସଦ ହେବା ପରେ ବର୍ଷା ଦିଲ୍ଲୀରେ ତାଙ୍କ ସହ ରହିଥିଲେ ସେଠି ମଧ୍ୟ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହୋଇଥିଲେ ବର୍ଷା । ସେ ତାଙ୍କୁ ସ୍ୱାମୀ ଭଳି ଦେଖୁନଥିଲେ । ଶାଶୁ ଶ୍ୱଶୁରଙ୍କ ଆଗରେ ବର୍ଷା ତାଙ୍କୁ ଅପମାନିତ କରୁଥିଲେ । ତେଣୁ ସେ ବର୍ଷାଙ୍କ ସହିତ ରହିବାକୁ ସେ ଚାହୁଁନଥିବା ଦର୍ଶାଇଛନ୍ତି । ତେବେ ବର୍ଷା ଓ ଅନୁଭବଙ୍କ ଏହି ଅଭିଯୋଗ ପରେ ଏବେ ବର୍ଷା ଓ ଅନୁଭବଙ୍କ ପ୍ରଶଂସକ ଦ୍ୱନ୍ଦରେ ପଡି ଯାଇଛନ୍ତି । କିଏ ସତ କହୁଛି ଆଉ କିଏ ମିଛ କହୁଛି ।