ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଚାଲିଥିବା ତଦନ୍ତରେ ବଲିଉଡର ବଡ ବଡ ନାଁ ସାମ୍ନାକୁ ଆସିଛି । ଡ୍ରଗ୍ସକୁ ନେଇ ଏନସିବି ପକ୍ଷରୁ ପଚରା ଉଚରା ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାଁ, ସମେତ ଅନ୍ୟମାନଙ୍କୁ ସମନ ପଠା ଯାଇଛି ।
ପ୍ରକୃତରେ ରିୟା ଚକ୍ରବର୍ତ୍ତିଙ୍କ ଗିରଫ ପରେ ମାମଲା ଆହୁରୀ ସରଗରମ ହୋଇଯାଇଛ । । ପୁରା ବଲିଉଡ ଦୁଇ ଭାଗ ହୋଇଯାଇଛି । କିଏ କହୁଛି ବଲିଉଡକୁ ଟାର୍ଗେଟ କରାଯାଉଛି ତ ପୁଣି ଆଉ କିଏ କହୁଛି ସତରେ ବଲିଉଡରେ ଏଭଳି ଚାଲିଛି । ଏହି ମାମଲାରେ ଅଭିନେତ୍ରୀ ଆର୍ଶି ଖାଁ କହିଛନ୍ତି କି, ଯଦି ଇଣ୍ଡଷ୍ଟ୍ରି ଭିତରେ ଡ୍ରଗ୍ସ ନିଆ ଯାଉଥାଏ ତେବେ ତାହା ବହୁତ ଖରାପ କଥା । କିନ୍ତୁ ଲୋକେ ବଲିଉଡକୁ ଟାର୍ଗେଟ କରି ନାଁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ସିବିଡି ଅଏଲ ଅନଲାଇନରେ ଉପଲବ୍ଧ । କୌଣସି ବି ବ୍ୟକ୍ତି ଏହାକୁ ସହଜରେ କିଣି ପାରିବ । ଯଦି ଏହା ଏତେ ଖରାପ ତେବେ ଅନଲାଇନ କାହିଁକି ବିକ୍ରି କରାଯାଉଛି । ଏହାସହିତ କାହିଁକି କ୍ରେତାଙ୍କୁ ଟାର୍ଗେଟ କରାଯାଉଛି । ଏହା ଉପରେ ସରକାରଙ୍କୁ ରୋକ ଲଗାଇବା ଉଚିତ୍ । ଯଦି ଏନସିବିକୁ ଜୟା ଶାହା କହିଛନ୍ତି କି ସେ ସିବିଡି ଅଏଲ କୌଣସି ଡ୍ରଗ୍ସ ଡିଲରଙ୍କଠାରୁ କିଣି ନାହାନ୍ତି ତେବେ ସେ ବିଲକୁଲ ଠିକ କହିଛନ୍ତି, କାରଣ ଏହା ଅନଲାଇନରେ ଉପଲବ୍ଧ ।