ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସଲମାନ ଖାଁଙ୍କ ଫିଲ୍ମ ‘ରାଧେ’ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ବସିଛନ୍ତି ଦର୍ଶକ । ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ ଅଭିନେତା ରଣଦୀପ ହୁଡ୍ଡା । କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ହୁଡ୍ଡା ତାଙ୍କର ଲୁକ ସେୟାର କରିଥିଲେ । ଏବେ ସେ ସଲମାନଙ୍କ ସହିତ ଫାଇଟ ସିନ୍ ବିଷୟରେ ଖୁଲାସା କରିଛନ୍ତି ।
ଏକ ଗଣମାଧ୍ୟମକୁ ସାକ୍ଷାତ କରି ହୁଡ୍ଡା କହିଛନ୍ତି କି, ସଲମାନ ଖାଁଙ୍କ ସହିତ ଯେଉଁ ଫାଇଟ ସିନ୍ ରହିଛି ତାହା ଟଏଲେଟରେ ସୁଟିଂ କରାଯାଇଛି । ଏନେଇ ପୂର୍ବରୁ କୌଣସି ଯୋଜନା ହୋଇନଥିଲା । ଅନ୍ ଦି ସ୍ପଟ୍ ସୁଟିଂ କରାଯାଇଛି । ସିନ୍ ଉପରୁ ପରଦା ଉଠାଇ ସେ କହିଛନ୍ତି କି, ସିନ୍ କିଭଳି ସୁଟ୍ ହେବ ସେନେଇ ପ୍ରଭୁଦେବା ଏବଂ କୋରିଆନ ହାଇରେକ୍ଟର ମେୟଙ୍ଗ ମିଶି ଯୋଜନା କଲେ, ଏଥିପାଇଁ ଆମେ ରିହରସେଲ ମଧ୍ୟ କରିନଥିଲୁ ।
ଏହି ସିନ୍ ସୁଟ୍ କରିବା ବହୁତ କଷ୍ଟକର ଥିଲା । ଚାରିଆଡେ ଚର୍ପଣ ଲାଗିଥିଲା । ଟଏଲଟର ଚାରିଆଡେ ଖାଲି ପାଣି ପାଦ ଖସିବାର ଚାନ୍ସ ଥିଲା । ଅବଶ୍ୟ ଆମକୁ କୁହାଯାଇଥିଲା କି ଏହି ସିନ୍ ରେ କାହାରିକୁ ଆଘାତ ଲାଗିବ ନାହିଁ । ପ୍ରଭୁଦେବା ଜଣେ ଅତି ସୃଜନଶୀଳ ବ୍ୟକ୍ତି । ତାଙ୍କୁ କେଉଁ ଭଳି ସିନ୍ ଦରକାର ସେଥିପାଇଁ ସେ ସର୍ବଦା ସିନ୍ ପୂର୍ବରୁ ନିଜେ କରିକି ଦେଖାଇଥାନ୍ତି ।