ମୁମ୍ବାଇ (ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ଏକ ମାସରୁ ଅଧିକ ସମୟ ବିତିବଲାଣି । ତାଙ୍କ ରହସ୍ୟମୟ ମୃତ୍ୟୁର ରହସ୍ୟ ଦିନକୁ ଦିନ ବଦଳୁଛି । ତେବେ ଏହି ମୃତ୍ୟୁ ପଛର ରହସ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରିବା ପାଇଁ ମୁମ୍ବାଇ ପୋଲିସକୁ ଦାବ କରିଥିଲେ ସୁଶାନ୍ତଙ୍କ ଫ୍ୟାନ୍ସ ଓ ତାଙ୍କ ପରିବାର କିନ୍ତୁ ମହାରଷ୍ଟ୍ର ସରକାର ଏହାକୁ ଏଡାଇ ଦେଇଥିଲେ । ପରେ ସୁଶାନ୍ତଙ୍କ ବାପା କେ କେ ସିଂ ବିହାର ପୋସିଲଙ୍କର ସହାୟତା ନେଇଥିଲେ ଓ ଏଫଆଇଆର ମଞ୍ଜୁରୀ କରାଇଥିଲେ । ମୃତ୍ୟୁ ମାମଲାର ରହସ୍ୟ ଜାଣିବା ପାଇଁ ବିହାର ପୋଲିସ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ଆବାଦନ କରିଥିଲେ । ତେବେ ଏହି ଘଟଣାର ଜଡରେ ପହଞ୍ଚିବା ପାଇଁ ଏବେ କେନ୍ଦ୍ର ବିହାର ସରକାରଙ୍କ ଏହି ସୁପାରିଶକୁ ମଞ୍ଜୁର କରିଛି। ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ ସେମାନେ ସୁଶାନ୍ତଙ୍କ ମାମଲା ଯାଞ୍ଚର ଦାୟିତ୍ୱ ସିବିଆଇକୁ ଟ୍ରାନ୍ସଫର୍ କରି ଦେଇଛନ୍ତି। ଏବେ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ।
କେନ୍ଦ୍ର ସରକାରଙ୍କ ଓକିଲ ଏସଜି ତୁଷାର ମେହତା ସୁପ୍ରିମ କୋର୍ଟରେ କହିଛନ୍ତି ଯେ ସିବିଆଇ ଏହି ମାମଲାର ତଦନ୍ତ କରିବାକୁ ବିହାର ସରକାରଙ୍କ ସୁପାରିଶ ମଞ୍ଜୁର କରାହୋଇଛି । ତେବେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଏହି ମାମଲାକୁ ଆଡାଇବାକୁ ଯାଇ ଭିନ୍ନ ମତ ପ୍ରକାଶ କରିଛନ୍ତି । ରିୟାଙ୍କ ଓକିଲ ଶ୍ୟାମ ଦିଓ୍ବାନ କହିଛନ୍ତି ଯେ ବିହାରରେ ରୁଜୁ ହୋଇଥିବା ମାମଲା ମୁମ୍ବାଇରେ ଟ୍ରାନ୍ସଫର କରାଯାଉ। ଶ୍ୟାମ ଦଲିଲ ଦେଇ କହିଥିଲେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏବେ ସୁଦ୍ଧା ୫୯ଜଣଙ୍କ ବୟାନ ରୁଜୁ କରି ସାରିଛି। ରିୟାଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ଠାରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମଗାଯାଇଥିଲା। ଯାହାକୁ ସୁଶାନ୍ତଙ୍କ ପିତା ବିରୋଧ କରିଥିଲେ।
ଜଷ୍ଟିସ୍ ହ୍ରିକିକେଶ ରାୟ କହିଛନ୍ତି ଯେ ସୁଶାନ୍ତ ଜଣେ ଦକ୍ଷ ଏବଂ ଉଦୀୟମାନ କଳାକାର ଥିଲେ ଏବଂ ତାଙ୍କର ରହସ୍ୟମୟ ମୃତ୍ୟୁ ଆଶ୍ଚର୍ୟ୍ୟଜନକ।
ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଉତ୍ତର ଦେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିଏ ନିଷ୍ପତ୍ତି ନେବ ଆମେ ସ୍ଥିର କରିବୁ। ବିକାଶ ସିଂ କହିଛନ୍ତି ଯେ ଏହି ମାମଲାରେ ବିହାର ପୋଲିସ ସହ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେବା ଉଚିତ। ଜଷ୍ଟିସ୍ ହ୍ରିକିକେଶ ରାୟଙ୍କ ମତରେ ସୁଶାନ୍ତ ମୃତ୍ୟୁ ରହସ୍ୟ ମୟ ଥିଲା , ଏଭଳି ରହସ୍ୟମୟ ଭାବେ ମୃତ୍ୟୁ ସତରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ତେଣୁ ତାଙ୍କ ମୃତ୍ୟୁର ରହସ୍ୟକୁ ଜାଣିବା ପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ୍ ହ୍ରିକିକେଶ ରାୟ କହିଛନ୍ତି।