ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ସଲମାନ୍ ଖାନ୍ ଲୋକସଭା ନିର୍ବାଚନ ଲଢିବାକୁ ନେଇ ହେଉଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ନିର୍ବାଚନ ଲଢିବା ଖବରକୁ ; ନିଜେ ଖାରଜ କରିଛନ୍ତି । ପ୍ରକୃତରେ ଗତ କିଛି ଦିନ ହେବ ମଧ୍ୟପ୍ରଦେଶରେ ସଲମାନଙ୍କୁ ଇଂଦୋରର କଂଗ୍ରେସ ପାର୍ଥି ରୂପେ ମଇଦାନକୁ ଓହ୍ଲାଇବା ପାଇଁ ଚର୍ଚ୍ଚା ହେଉଥିଲା । ମାତ୍ର ଏନେଇ ଏବେ ସଲମାନ୍ ନିଜେ ମନା କରିଦେଇଛନ୍ତି । ସେ କେବଳ ନିର୍ବାଚନ ଲଢିବା ଖବରକୁ ଖାରଜ କରି ନାହାନ୍ତି, ବରଂ କୌଣସି ପାର୍ଟିର ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ସେ କହିଛନ୍ତି ।
ସଲମାନ୍ ଖାନ୍ ଗୁରୁବାର ତାଙ୍କ ଟ୍ୱିଟରରେ ଟ୍ୱିଟ୍ କରି ଏହି ଖବର ଜଣାଇଛନ୍ତି । ସେ କହିଛନ୍ତି କି , ନା ମୁଁ ନିର୍ବାଚନ ଲଢିବି ନା କୌଣସି ରାଜନୈତିକ ଦଳ ପାଇଁ ପ୍ରଚାର କରିବି ।
Contrary to the rumours I am not contesting elections nor campaigning for any political party..
— Salman Khan (@BeingSalmanKhan) March 21, 2019
ଇଂଦୋରର ପଲାସିୟା ଅଞ୍ଚଳ ୧୯୬୫ ରେ ସଲମାନଙ୍କ ଜନ୍ମ ହୋଇଥିଲା । ସେ ମୁମ୍ବାଇକୁ ଯିବା ପୂର୍ବରୁ ତାଙ୍କ ଜନ୍ମ ସ୍ଥାନରେ ଅନେକ ଦିନ ବିତାଇଛନ୍ତି ।
କିଛି ଦିନ ପୂର୍ବରୁ ଭୋଟ ପାଇଁ ଯୁବାପିଢୀକୁ ପ୍ରେରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ସଲମାନ୍ ଖାନ୍ ଙ୍କୁ ଟ୍ୱିଟ୍ କରିଥିଲେ । ଏହାର ରିଟ୍ୱିଟ୍ ରେ ସଲମାନ୍ କହିଛନ୍ତି କି ଆମ୍ଭେମାନେ ଏକ ଲୋକତନ୍ତ୍ର ଏବଂ ଭୋଟ ଦେବା ପ୍ରତ୍ୟେକ ଭାରତୀୟଙ୍କ ଅଧିକାର । ମୁଁ ପ୍ରତ୍ୟେକ ଭାରତୀୟ ଭାଟରଙ୍କୁ ନିଜ ମତାଧିକାରର ବ୍ୟବହାର ଏବଂ ସରକାର ଗଢିବା ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅନୁରୋଧ କରୁଛି ।
We are a democracy and it is every Indian's right to vote. I urge every eligible Indian to exercise your right and participate in making the Government. https://t.co/WsTdJ3w84O
— Salman Khan (@BeingSalmanKhan) March 21, 2019
ସୂଚନା ଯୋଗ୍ୟ, ମଧ୍ୟପ୍ରଦେଶର କଂଗ୍ରେସ ପ୍ରବକ୍ତା ପଙ୍କଜ ଚର୍ତୁବେଦୀ କହିଥିଲେ କି ଇଂଦୋରରେ ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିବା ପାଇଁ ଆମ ନେତା ସଲମାନ୍ ଖାନ୍ ପ୍ରଥମରୁ କଥାବର୍ତ୍ତା ହୋଇ ସାରିଛନ୍ତି ।