ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ । ଚଳିତ ବର୍ଷ କରୋନା କଟକଣା ପାଇଁ ଫିଲ୍ଡରେ କେବଳ ଖେଳାଳିମାନଙ୍କୁ ଦେଖିବାକୁ ମିଳିବ । କ୍ରିକେଟ ପ୍ରେମି ଏହାକୁ କେବଳ ଡିଜିଟାଲ ପ୍ଲାଟଫର୍ମରେ ଦେଖିପାରିବେ। ତେଣୁ ମୋବାଇଲରେ ଲାଇଭ ଷ୍ଟ୍ରିମିଙ୍ଗ ଦେଖିବାକୁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ରିଲାଏନ୍ସ ଜିଓ ତିନିଟି ପ୍ରି-ପେଡ୍ ପ୍ଲାନ ଲଞ୍ଚ କରିଛି। କ୍ରିକେଟ୍ ପ୍ରଶଂସକଙ୍କୁ ଧ୍ୟାନରେ ରଖି ଏହି ତିନିଟି ଯୋଜନା ଆରମ୍ଭ କରାଯାଇଛି। ଏହି ନୂତନ ଯୋଜନାଗୁଡିକରେ, ଜିଓ ପ୍ରି-ପେଡ୍ ବ୍ୟବହାରକାରୀମାନେ ଡିଜ୍ନି ସହ ହଟଷ୍ଟାରର ଏକ ବର୍ଷର ସବସ୍କ୍ରିପସନ ପାଇବେ କମ୍ପାନୀର କହିବା ଅନୁଯାୟୀ, ଜିଓର ୪୦୧ ଟଙ୍କା ଯୋଜନାରେ ୨୮ ଦିନର ବୈଧତା ମିଳିବ ଏବଂ ପ୍ରତିଦିନ ୩ ଜିବି ଡାଟା ଉପଲବ୍ଧ ହେବ।
ଏହା ଛଡା ଆପଣ ଯଦି ଦୈନିକ ୩ ଜିବି ଡାଟା ବ୍ୟବହାର କରୁଛନ୍ତି , ତେବେ କମ୍ପାନୀ ଦ୍ୱାରା ୬ଜିବି ଅତିରିକ୍ତ ଡାଟା ଦିଆଯିବ । ଏହି ପ୍ଲାନ ସେମାନଙ୍କ ପାଇଁ ଲଞ୍ଚ କରାଯାଇଛି ଯେଉଁମାନେ ପ୍ରତିଦିନ ବହୁତ ଡାଟା ବ୍ୟବହାର କରୁଛନ୍ତି। ସେହିପରି ଅନ୍ୟ ଏକ ପ୍ଲାନ ହେଉଛି ୪୯୯ ଟଙ୍କାର କ୍ରିକେଟ୍ ପ୍ୟାକ । ଏହା କ୍ରିକେଟ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକ । ଏଥିରେ ଏକ ବର୍ଷର ଡିଜ୍ନି ଓ ହଟଷ୍ଟାର୍ ସବସ୍କ୍ରିପସନ୍ ଦିଆଯାଉଛି । ଜିଓ ୱେବସାଇଟ୍ ଅନୁଯାୟୀ, ଏହି ଯୋଜନାରେ ଅନଲିମିଟେଡ ବା ଅସୀମିତ କ୍ରିକେଟ୍ କଭରେଜ୍ ଉପଲବ୍ଧ ହେବ। ତେବେ ୪୯୯ ଟଙ୍କା ରିଚାର୍ଜ ଯୋଜନାରେ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ ହେବ । ଏହି ପ୍ଲାନର ବୈଧତା ୫୬ ଦିନ ହେବ । ଏହି ପ୍ଲାନରେ ଏସଏମଏସ ଓ ଭଏସ ସୁବିଧା ଯୋଗାଇ ଦିଆଯିବ ନାହିଁ । ୭୭୭ ଟଙ୍କା ରିଚାର୍ଜ ପ୍ଲାନରେ ଏକ ବର୍ଷର ଡିଜନି ଓ ହଟଷ୍ଟାର ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ହେବ କିନ୍ତୁ ୪୯୯ ଟଙ୍କା ପ୍ଲାନ ବ୍ୟତୀତ ଜିଓ ବ୍ୟବହାରକାରୀଙ୍କୁ ଏଥିରେ ଭଏସ୍ ଏବଂ ଡାଟା ସୁବିଧା ଦିଆଯିବ। ଏହା ଏକ ତିନି ମାସର ଯୋଜନା ହେବ, ଯେଉଁଥିରେ ୧୩୧ ଜିବି ଡାଟା, ଅନ ଲିମିଟେଡ କଲିଂ ଏବଂ ଜିଓ ଆପ୍ସ ବ୍ୟବହାର ସୁବିଧା ଦିଆଯିବ । ଏହି ପ୍ଲାନିଙ୍ଗର ବୈଧତା ୮୪ ଦିନ ରହିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024