ବଲିଉଡ (ଏଟିଆର ବ୍ୟୁରୋ):ଟଲିଉଡର ବହୁ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ । ସେ ଟଲିଉଡ ଫିଲ୍ମ ସହିତ ବଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇ ସାରିଛନ୍ତି । ବଲିଉଡ ଫିଲ୍ମ ‘ସିଂଘମ’ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କାଜଲ ଅଗ୍ରୱାଲ ଏକ ପଞ୍ଜାବୀ ପରିବାରରେ ୧୯ ଜୁନ୍ ୧୯୮୫ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବଡ ଭଉଣୀ ନିଶା ଅଗ୍ରୱାଲ ମଧ୍ୟ ଜଣେ ଅଭିନେତ୍ରୀ । ସେ ତେଲୁଗୁ ଏବଂ ମଲୟାଲମ ଫିଲ୍ମରେ କାମ କରିଛନ୍ତି ।
ମୁମ୍ବାଇର ସେଣ୍ଟ ଏନି ହାଇ ସ୍କୁଲରେ କାଜଲ ତାଙ୍କର ପାଠ ପଢା ଶେଷ କରିଥିଲେ । ତାପରେ ସେ ମାସ୍ ମେଡିଆ ଷ୍ଟ୍ରିମରେ ଗ୍ରାଜୁଏସନ୍ କରିଥିଲେ । କଲେଜ ସମୟରୁ ସେ ମଡେଲିଂ ପ୍ରତି ଇଚ୍ଛୁକ ଥିଲେ । କଲେଜ ପାଠ ପଢା ଶେଷ ହେବା ପୂର୍ବରୁ ମଡେଲିଂ ପାଇଁ ସେ ନିଜକୁ ପ୍ରସ୍ତୁତ କରିଦେଇଥିଲେ ।
କାଜଲ ବଲିଉଡରେ ଫିଲ୍ମ ‘କ୍ୟୁଁ ହୋ ଗୟା ନା’ରେ ଡେବ୍ୟୁ କରିଥିଲେ । ସେ ଏହି ଫିଲ୍ମରେ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ନିର୍ଦ୍ଦେଶକ ତେଜାଙ୍କ ଫିଲ୍ମ ‘ଲକ୍ଷ୍ମୀ କଲ୍ୟାଣମ’ ଜରିଆରେ ତେଲୁଗୁ ଫିଲ୍ମରେ ଏଣ୍ଟ୍ରି କରିଥିଲେ ।
କାଜଲ ଙ୍କ ସହିତ ଅନେକ ବିବାଦ ଯୋଡି ହୋଇ ରହିଛି । ୨୦୧୪ରେ ଏକ ମାଗାଜିନ୍ ପାଇଁ ତାଙ୍କର ଏକ ଟପଲେସ୍ ଫଟୋସୁଟ୍ ସୋସିଆଲ ମରଡିଆରେ ଛାଇ ଯାଇଥିଲା । କିନ୍ତୁ କାଜଲ ଙ୍କ କହିବାନୁଯାୟୀ ସେ ଏଭଳି ଫଟୋସୁଟ୍ କରିନଥିଲେ । ତାଙ୍କର ଏହି ଫଟୋକୁ ଏଭଳି ଖରାପ କରାଯାଇଥିଲା ।
ବଲିଉଡ ଫିଲ୍ମ ‘ଦୋ ଲଫଜୋ କି କାହାଣୀ’ ରେ କାଜୋଲ ଏବଂ ରଣଦୀପ ହୁଡ୍ଡାଙ୍କ ଏକ ଲିପଲକ୍ ସିନ୍ ଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ସିନ୍ ବିଷୟରେ କାଜଲ ସଂପୂର୍ଣ୍ଣ ଅଜଣା ଥିଲେ, କିନ୍ତୁ ହଠାତ୍ ରଣବୀର ଆସି ତାଙ୍କୁ କିସ୍ କରି ଦେଇଥିଲେ । ଯେଉଁଥି ପାଇଁ କାଜଲ ରାଗି ଯାଇଥିଲେ । ଏବଂ ପରେ ଫିଲ୍ମ ନିର୍ମାତା ବୁଝାଇବାରୁ ସେ ଶାନ୍ତ ହୋଇଥିଲେ ।