ମୁମ୍ବାଇ (ଏଟିଆର ବ୍ୟୁରୋ) ; ସୋସିଆଲ ମିଡିଆରେ ଘରୁଛି କପିଲ ଶର୍ମାଙ୍କ ବାହାଘର କାର୍ଡ । ତେବେ ଏହାକୁ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି କପିଲ । ବଲିଉଡରେ ବିବାହ ସିଜିନ ଚାଲିଥିବା ବେଳେ ଏଥିରେ ଯୋଡି ହୋଇଯାଇଛନ୍ତି କପିଲ । ଆସନ୍ତା ଡିସେମ୍ବର ୧୨ ତାରିଖରେ ପ୍ରେମିକା ଗିନ୍ନିଙ୍କୁ ବୈଦିକ ରୀତିରେ ବିବାହ କରିବାକୁ ଯାଉଛନ୍ତି । ପ୍ରେମିକାକୁ ପତ୍ନି ଭାବରେ ପାଇବାର ଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥିବା ବେଳେ କପିଲଙ୍କ ଭାଗ୍ୟରେ ଏହା ଘଟିବାକୁ ଯାଉଛି । ବହୁଦିନର ପ୍ରେମ ସମ୍ପର୍କରେ ରହିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କପିଲ ଶର୍ମା । କାର୍ଡରେ ଲେଖିଛନ୍ତି କି ଆମେ ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଉଛୁ ଯିଏ ଆମ ସହ ରହିଛନ୍ତି ଏବଂ ଆମେ ସମସ୍ତଙ୍କ ଆଶିର୍ବାଦ ଓ ଶୁଭକାମନା ଅପେକ୍ଷାରେ ।
Need ur blessings ?? pic.twitter.com/3jYYjlw8g7
— KAPIL (@KapilSharmaK9) November 27, 2018
କପିଲ ନିଜର କ୍ୟାରିୟର ଆରମ୍ଭରେ କରିଥିଲେ ସେ ସମୟରେ ଗିନ୍ନିଙ୍କୁ ବିବାହ କରିବା ପାଇଁ ତାଙ୍କ ବାପାଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ ଗିନ୍ନିଙ୍କ ବାପା । କିନ୍ତୁ କପିଲଙ୍କ ହାତ ଛାଡି ନଥିଲେ ଗିନ୍ନି । ସବୁବେଳେ ତାଭ୍କ ପାଖରେ ରହୁଥିଲେ । ଏମିତିକି କପିଲଭ୍କ ଅସୁବିଧା ସୁବିଧାରେ ତାଙ୍କ ପାଖରେ ଠିଆ ଆସିଛନ୍ତି ।
ନିଜର କଠିନ ପରିଶ୍ରମ ବଳରେ ଏତେ ଉପରକୁ ଯିବା ପରେ ଶେଷରେ ରାଜି ହୋଇଛନ୍ତି । ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଆସନ୍ତା ଡିସେମ୍ବର ମାସରେ ପ୍ରେମରେ ସଫଳ ହୋଇ ବିବାହ କରିବେ ଏହି ପ୍ରେମୀ ଯୁଗଳ ।