ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମହାନ ଧାବକ ମିଲ୍ଖା ସିଂଙ୍କ କରୋନାରେ ନିଧନ ହୋଇଛି । କରୋନାରେ ସଂକ୍ରମିତ ହୋଇ ଜୁନ୍ ୩ ରେ ହସ୍ୱିଟାଲରେ ଭର୍ତ୍ତି ହୋଇଥିଲେ ମିଲ୍ଖା । ତାଙ୍କ ଶରୀରରେ ଅକ୍ସିଜେନ୍ ସ୍ତର କମ ହେବା ଯୋଗୁଁ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା ।
୧୯୫୮ କମନୱେଲ୍ଥ ଗେମ୍ସର ଚାମ୍ପିଅନ୍ ମିଲ୍ଖା ସିଂ ‘ଫ୍ଲାଇଙ୍ଗ ଶିଖ୍’ ଭାବେ ଜଣାଶୁଣା । ତାଙ୍କ ପତ୍ନୀଙ୍କ ବିୟୋଗର ପାଞ୍ଚ ଦିନ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ମିଲ୍ଖା ସିଂଙ୍କ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ବଲିଉଡରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପ୍ରିୟଙ୍କା ଚୋପ୍ରା, ଫରହାନ୍ ଅଖତର, ରବିନା ଟଣ୍ଡନ୍ ସମେତ ଅନେକ କଳାକାରାନେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ବିଗ୍ ବି ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ମଧ୍ୟ ସମବେଦନା ଜଣାଇଛନ୍ତି ।