ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ‘ଓଃ ମାଇ ଗଡ୍ ୨’ ର ରିଲିଜ୍ ତାରିଖ ପାଖେଇ ଆସୁଥିବା ବେଳେ ରିଲିଜ୍ ପୂର୍ବରୁ ଫିଲ୍ମକୁ ଝଟକା । ଏବେ ବି ସେଂସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ ଚକ୍କରରେ ଫିଲ୍ମଟି ଫସି ରହିଛି ।
ସେନ୍ସର ବୋର୍ଡର ସଂଶୋଧନ କମିଟି ମଧ୍ୟ ଏହି ଫିଲ୍ମ ଉପରେ ଆପତ୍ତି ଜଣାଇଛି ଏବଂ ଫିଲ୍ମ ନିର୍ମାତାଙ୍କୁ ୨୦ ଟି କଟ୍ସ ଦେବାକୁ ପରାମର୍ଶ ଦେଇଛି। କେବଳ ଏତିକି ନୁହେଁ, ସେନ୍ସର ବୋର୍ଡର ସଂଶୋଧନ କମିଟି ମଧ୍ୟ ଫିଲ୍ମକୁ ‘ଏ’ ଅର୍ଥାତ୍ ଆଡଲ୍ଟ ସାର୍ଟିଫିକେଟ ଦେବା ବିଷୟରେ ଆଲୋଚନା କରିଛି।
ସୂଚନାଯୋଗ୍ୟ, ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଓଃ ମାଇ ଗଡ୍ ୨ କେବଳ ଧର୍ମ ଏବଂ ବିଶ୍ୱାସ ଉପରେ ଆଧାରିତ ଫିଲ୍ମ ନୁହେଁ, ବରଂ ଏହାର ମୂଳ ବିଷୟବସ୍ତୁ ହେଉଛି ଯୌନ ଶିକ୍ଷା। ଏଭଳି ପରିସ୍ଥିତିରେ ଧର୍ମ ଏବଂ ଯୌନ ଶିକ୍ଷା ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମ ସମ୍ବନ୍ଧରେ ସେନ୍ସର ବୋର୍ଡ ଏକ ସତର୍କ ପଦକ୍ଷେପ ଗ୍ରହଣ କରୁଛି ।