ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଅନଲାଇନ୍ ରମି ଗେମ୍ସ ଉପରେ ଆଇନଗତ ପ୍ରତିବନ୍ଧକ ଲଗାଇବା ପିଟିସନ୍ ସମ୍ବନ୍ଧରେ ବିରାଟ କୋହଲି, ତମନ୍ନା ଭାଟିୟା, ଅଜୁ ଭର୍ଗିଜଙ୍କୁ କେରଳ ହାଇକୋର୍ଟ ପକ୍ଷରୁ ନୋଟିସ୍ ପଠାଯାଇଛି । ଏହି ଗେମ୍ସ ର ବ୍ରାଣ୍ଡ ଆମ୍ବାସାଡାର ହେଉଛନ୍ତି ବିରାଟ, ତମନ୍ନ ଏବଂ ଅଜୁ । ସେପଟେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ବି ଜବାବ ମାଗିଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ତାମିଲନାଡୁ ସରକାର ବି କିଛି ଟା ଅନଲାଇନ୍ ଗେମ୍ସ ଉପରେ ବ୍ୟାନ ଲଗାଇଛି । ଯେଉଁଥିରେ ସାମିଲ ଅଛନ୍ତି ଅନଲାଇନ୍ ରମି ଗେମ୍ସ । ଏହି ଗେମ୍ ଖେଳିବା ପରେ କିଛି ବ୍ୟକ୍ତି ଟଙ୍କା ହାରିଯିବା ହେତୁ ଆତ୍ମହତ୍ୟା କରିବା ଅଭିଯୋଗ ଆସିବା ପରେ ଏବେ ଏହି ପଦକ୍ଷେପ ନିଆଯାଇଛି । ୨୦୨୦ ମସିହା ନଭେମ୍ବର ମାସରେ ତିନି ଜଣ ବ୍ୟକ୍ତି ଅନଲାଇନ୍ ରମି ଗେମ୍ସ ରେ ହାରିବା ପରେ ଆତ୍ମହତ୍ୟା କରିଦେଇଥଲେ ।