ମୁମ୍ବାଇ (ଏଟିଆର ବ୍ୟୁରୋ): ମଶୁର ହରିଆଣା ଡ୍ୟାନ୍ସର ସପ୍ନା ଚୌଧୁରୀ ରାଜନୀତିରେ ସାମିଲ ହେବାକୁ ନେଇ ମାହୋଲ ପୂରା ସରଗରମ । ସପ୍ନା କଂଗ୍ରେସରେ ଯୋଗ ଦେଇଥିବା ଖବର ନିକଟରେ ଖୁବ୍ ଭାଇରାଲ ହୋଇଥିଲା । ମାତ୍ର ଏନେଇ ସପ୍ନା ନିଜେ ଖଣ୍ଡନ କରି କହିଥିଲେ କି ମୋର କୌଣସି ପ୍ରକାର ଟ୍ୱିଟର୍ ହ୍ୟାଣ୍ଡେଲ ନାହିଁ ଏବଂ ମୁଁ କଂଗ୍ରେସରେ ସାମିଲ ହେଉ ନାହିଁ ।
କଂଗ୍ରେସ ଦଳରେ ମିଶିବାକୁ ନେଇ ସପ୍ନାଙ୍କ ପଛ ଘୁଞ୍ଚା ଦଳକୁ ଝଟକା ଦେଇଥିଲା । ଏହି ମାମଲା ଶାନ୍ତ ନହଉଣୁ ସପ୍ନାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ ସପ୍ନା ବିଜେପି ନେତା ମନୋଜ ତିୱାରୀଙ୍କ ସହ ବ୍ରେକଫାଷ୍ଟ କରୁଥିବା ନଜର ଆସିଛନ୍ତି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ସପ୍ନା ମଥୁରାରୁ ହେମାମାଳିନୀଙ୍କ ବିପକ୍ଷରେ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସ ତାର ପ୍ରାର୍ଥୀ ତାଲିକାରେ ମଥୁରା ପାଇଁ ମହେଶ ପାଠକଙ୍କ ନାଁ ଜାରି କରିଛି ।
ଖବରମୁତାବକ, ଗତବର୍ଷ ସପ୍ନା ଚୌଧୁରୀ କଂଗ୍ରେସ କାର୍ଯ୍ୟାଳୟକୁ ଯାଇଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା କି ଆଗାମୀ ନିର୍ବାଚନରେ ସ୍ନପ୍ନା କଂଗ୍ରେସ ହାତ ଧରିବେ ।