ମୁମ୍ବାଇ (ଏଟିଆର ବ୍ୟୁରୋ): ରାତାରାତି ଷ୍ଟାର ବନିଥିବା ଭାଲେଣ୍ଟାଇନ୍ ଗର୍ଲ ପ୍ରିୟାପ୍ରକାଶ ୱାରିୟର ପ୍ରାୟତଃ ନିଜର ଲୁକ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପ୍ରିୟା ବନିଥା ମ୍ୟାଗାଜିନ୍ ପାଇଁ ଫଟୋସୁଟ୍ କରିଛନ୍ତି । ଏଥିରେ ପ୍ରିୟାଙ୍କୁ ଏକ ନୂଆ ଲୁକ୍ ରେ ଦେଖିବାକୁ ମିଳିଛି ।
ଫଟୋରେ ପ୍ରିୟା ଏକ ଲାଲ ରଙ୍ଗର ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶୁଛନ୍ତି । ପ୍ରିୟାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ପିୟାଙ୍କ ଏହି ଲୁକ୍ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।
୧୮ ବର୍ଷିୟା ପ୍ରିୟାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ୫ ମିଲିୟନରୁ ଉର୍ଦ୍ଧ ଫଲୋର୍ସ । ଏହାସହିତ ପ୍ରିୟା ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଫଟୋ ସେୟାର କରିଥାନ୍ତି ।