ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଗ୍ ବସ୍ ହାଉସରୁ ଆସିବା ପରେ ଲଗାତର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ରାକ୍ଷୀ ସାୱନ୍ତ । କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାକ୍ଷୀ । ଏବେ ପୁଣି ଲକଡାଉନ ସମୟରେ ପିପିଇ କିଟ ପିନ୍ଧି ପ୍ୟାରାଜିଙ୍କୁ ମଦ ପିଉଥିବା କଥା ପଚାରି ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ । ଲକଡାଉନ ସମୟରେ ମୁମ୍ବାଇରେ ରାକ୍ଷୀ ପିପିଇ କିଟ୍ ପିନ୍ଧି କେତେବେଳେ ପନିପରିବା କିଣଉଥିବାର ନଜରକୁ ଆସୁଛନ୍ତି ତ ପୁଣି କେତେବେଳେ କଫି କିଣୁଥିବାର । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ୟାପରାଜି ଙ୍କୁ ପଚାରୁଛନ୍ତି କି, ଆପଣ ମଦ ପିଉଛନ୍ତି କି?
କରୋନାର ଦ୍ୱିତୀୟ ଲହର ରାକ୍ଷୀଙ୍କୁ ପିପିଇ କିଟ୍ ପିନ୍ଧିବା ପାଇଁ ବାଧ୍ୟ କରି ଦେଇଛି । ନିକଟରେ ମଶୁର ପ୍ୟାପରାଜି ଭିରଲ ଭୟାନୀ ଏକ ଭିଡିଓ ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ରାକ୍ଷୀ ପ୍ୟାପରାଜିଙ୍କ ସହ କଥା ହେଉଥବାର ନଜର ଆସୁଛନ୍ତି ।
ଭିଡିଓରେ ରାକ୍ଷୀଙ୍କୁ ପ୍ୟାପରାଜି କହୁଛନ୍ତି କି ବାହାରକୁ ଟିକେ କମ ଆସନ୍ତୁ । ଏହାପରେ ରାକ୍ଷୀ କହୁଛନ୍ତି କି, ମୁଁ ସମ୍ପୂର୍ଣ୍ଣ ପ୍ୟାକ । ମୁଁ ସମସ୍ତଙ୍କୁ ଗୋଟେ କଥା କହିବାକୁ ଚାହୁଁଛି ମଦ କମ ପିଅ ଏବଂ ସେହି ଟଙ୍କାରେ ପିପିଇ କିଟ୍ କିଣ ଏବଂ ଗରିବଙ୍କୁ ବାଣ୍ଟ । ଏହାସହିତ ସେହି ସମୟରେ ଜଣେ ପ୍ୟାପରାଜିଙ୍କୁ ରାକ୍ଷୀ ପଚାରୁଛନ୍ତି କି ଆପଣ ମଦ ପିଅନ୍ତି କି?