ମୁମ୍ବାଇ (ଏଟିଆର ବ୍ୟୁରୋ): ଢ଼େର ଦିନ ହେବ ରଣବରୀ ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏବଂ ଦୁହେଁ ଚଳିତ ବର୍ଷ ନଭେମ୍ବର ମାସରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟରେ ଏବେ ରଣବୀର ଦୀପିକାଙ୍କ ପାଇଁ ବାନ୍ଦ୍ରା ଏରିଆରେ ଏକ ଆପାର୍ଟମେଣ୍ଟରେ ଘର କିଣିଥିବା କଥା ଚାରିଆଡେ ଚହଳ ସୃଷ୍ଟି କରିଛି ।
ମିଳିଥିବା ରିପୋର୍ଟ ମୁତାବକ, ବର୍ତ୍ତମାନ ରଣବୀର ପରିବାର ସହିତ ଯେଉଁ ବିଲ୍ଡଙ୍ଗରେ ରହୁଛନ୍ତି, ସେହି ବିଲ୍ଡଙ୍ଗରେ ଦୀପିକାଙ୍କ ପାଇଁ ୩ବିଏଚକେର ଏକ ନୂଆ ଘର କିଣିଛନ୍ତି । ବର୍ତ୍ତମାନ ସେହି ଘରର କାମ ଚାଲିଛି ।
ପ୍ରକୃତରେ ରଣବୀର ବିବାହ ପରେ ତାଙ୍କ ପରିବାର ପାଖା ପାଖି ରହିବାକୁ ଚାହୁଁଛନ୍ତି । ସେ ପିଲା ଦିନରୁ ମୁମ୍ବାଇରେ ବଢି ଆସିଛନ୍ତି । କିନ୍ତୁ ଦୀପିକାଙ୍କ ଘର ବ୍ୟାଙ୍ଗଲୋରରେ ,ସେ ପ୍ରାୟ ସମୟ ମୁମ୍ବାଇ ଯିବା ଆସିବା କରିଥାନ୍ତି ।
ନିକଟରେ ଦୀପିକା ତାଙ୍କ ମାଙ୍କ ସହିତ ଗହଣା କିଣୁଥିବାର ନଜର ଆସିଥିଲେ । ଖବର ମୁତାବକ ରଣବୀରଙ୍କ ପରିବାର ଲୋକଙ୍କ ଇଚ୍ଛା ଅନୁଯାୟୀ ବିବାହ ମୁମ୍ବାଇରେ ହେବ ବୋଲି ଶୁଣିବାକୁ ମିଳୁଛି ।