ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିକଟରେ ବଲିଉଡ ଷ୍ଟାର ସଲମାନ ଖାଁଙ୍କ ଅପକମିଂ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ର ସୁଟିଂ ଆରମ୍ଭ ହୋଇଥିଲା । ଫିଲ୍ମ ସୁଟିଂ ଆରମ୍ଭରୁ ହିଁ କେତେବେଳେ ଷ୍ଟାରକାଷ୍ଟ ପରିବର୍ତ୍ତନ ହେଉଛନ୍ତି ତ ପୁଣି କେତେବେଳେ ବଦଳୁଛି ସୁଟିଂର ସେଡ୍ୟୁଲ । ସେହିପରି ଏବେ ପୁଣି ଶୁଣିବାକୁ ମିଳୁଛି କି ଫିଲ୍ମ ନିର୍ମାତା ଫିଲ୍ମର ଟାଇଟେଲରେ ପରିବର୍ତ୍ତନ କରିବାର ନିଷ୍ପତି ନେଇଛନ୍ତି ।
ଋିପୋର୍ଟ ମୁତାବକ,ସଲମାନଙ୍କ ଫିଲ୍ମର ନାଁ ଏବେ କଭି ଇଦ୍ କବି ଦିୱାଲୀ ନୁହେଁ ବରଂ ଭାଇଜାନ୍ ହିଁ ରହିବ । ଅବଶ୍ୟ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ ।
ସୂଚନାଯୋଗ୍ୟ, ଜୁନ୍ ୫ ରେ ସଲମାନଙ୍କୁ ହତ୍ୟା ଧମକପୂର୍ଣ୍ଣ ଚିଠି ମିଳିବା ପରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଏହା ମଧ୍ୟରେ ମଧ୍ୟ ସେ ତାଙ୍କ ଫିଲ୍ମ ସୁଟିଂ ଜାରି ରଖିବାର ନିର୍ଣ୍ଣୟ ନେଇଛନ୍ତି ।