ମୁମ୍ବାଇ: ବଲିଉଡରେ ରିମେକର ଟ୍ରେଣ୍ଡ ବହୁତ ପୁରୁଣା । ହଲିଉଡ ସିନେମା ହେଉ ଅବା ସାଉଥ ସିନେମା, ନକଲ ହୋଇଥିବା ସିନେମା ଆପଣ ବହୁତ ଦେଖିଥିବେ । ଏବେ ଚାଲିଛି ରିମେକ୍ ଗୀତର ଟ୍ରେଣ୍ଡ୍ ।
ଅରସଦ ୱାର୍ସିଙ୍କ ହିଟ୍ ନମ୍ବର ତେରେ ମେରେ ସପନେ ଫିଲ୍ମର ଆଁଖ ମାରେ ଗୀତର ରିମେକ ଦେଖିବାକୁ ମିଳିବ ସିମ୍ବା ଫିଲ୍ମରେ । ଏହି ଗୀତଟିକୁ ମିକା ସିଂ ଓ ନେହା କକ୍କର ଗାଇଥିବା ବେଳେ ଗୀତରେ ତୁଷାର କପୁର, ଶ୍ରେୟସ ତଲପ୍ଣଙ୍ଗ ଓ ଅରସଦ ୱାର୍ସିଙ୍କୁ ଦେଖିବାକୁ ମିଳିଛି ।
ରଣବୀର ସିଂଙ୍କ ଫିଲ୍ମ ସିମ୍ବାର ଟ୍ରେଲରରେ ଉଭୟ ସାରା ଓ ରଣବୀରଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏଥିରେ ରଣବୀରଙ୍କୁ ଏକ ଦମଦାର ପୋଲିସ କ୍ୟାରକ୍ଟରରେ ଦେଖିବାକୁ ମିଳିବ ।
Old-skool jam <—> Nu-skool cred !!!
???? #AankhMarey ? https://t.co/ZxYk70w5x1#RohitShetty @karanjohar #SaraAliKhan @SonuSood @RSPicturez @RelianceEnt @DharmaMovies @SimmbaTheFilm @TSeries @iAmNehaKakkar @MikaSingh @tanishkbagchi @Musicshabbir @azeem2112 #KumarSanu #Simmba— Ranveer Singh (@RanveerOfficial) December 6, 2018