ମୁମ୍ବାଇ (ଏଟିଆର ବ୍ୟୁରୋ): ଫୁସଫୁସ କର୍କଟରେ ପୀଡିତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓରଫ ସଞ୍ଜୁ ବାବା । କର୍କଟର ଥାର୍ଡ ଷ୍ଟେଜରେ ସେ ଚିକିତ୍ସିତ ହେଉଛନ୍ତି । ଛାତି ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ସମସ୍ୟା ଉପୁଜିବା ପରେ ଗତ ଅଗଷ୍ଟ ୮ ତାରିଖରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଛି । ଦୁଇ ଦିନ ହସ୍ପିଟାଲରେ ରହିବା ପରେ ଅଗଷ୍ଟ ୧୦ ରେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ ।
ସଞ୍ଜୟ ଦତ୍ତଙ୍କୁ କର୍କଟ ହେବାର ନେଇ କୋମଲ ନାହାଟ ଟ୍ୱିଟ କରି ସୂଚନା ଦେଇଛନ୍ତି । । ସେ କହିଛନ୍ତି କି ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ ହୋଇଛି । ଦୁଇ ଦିନ ପୂର୍ବରୁ ହିଁ ସଞ୍ଜୟଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେବା ଯୋଗୁଁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟରେ କିଛି ସମସ୍ୟା କହି ସେ କିଛି ସମୟ ପାଇଁ କାମରୁ ବିରତି ନେଇଛନ୍ତି । ଏହାପରେ କର୍କଟ ରୋଗ ଖବର ସାମ୍ନାକୁ ଆସିଛି ।
ହସ୍ପିଟାଲରୁ ଫେରିବା ପରେ ସଞ୍ଜୁ ବାବା ଘୋଷଣା କରିଛନ୍ତି କି , ସେ ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହଁନ୍ତି ଏବଂ ମେଡିକାଲ ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି । ଏହାସହିତ ସେ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କାମରୁ କିଛି ସମୟ ପାଇଁ ବ୍ରେକ ନେଉଛି ବୋଲି ସେ କହିଛନ୍ତି । ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି କୁହାଯାଉଛି ।
— Sanjay Dutt (@duttsanjay) August 11, 2020