ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଦୁଃଖ ଖବର । ସୋନାଲି ହାଇ ଗ୍ରେଡ କର୍କଟ ରୋଗରେ ଶିକାର ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ,ଏ ନେଇ ନିଜେ ସୋନାଲି କହିଛନ୍ତି ଯେ ମୁଁ ହାଇ ଗ୍ରେଡ କର୍କଟ ରୋଗର ଜଣେ ପୀଡିତା । ମୋ ସହିତ ମୋର ପରିବାର ଓ ସାଙ୍ଗସାଥି ସମସ୍ତେ ଅଛନ୍ତି । ଏବେ ଚିକିତ୍ସା ପାଇଁ ନ୍ୟୁୟର୍କ ଯିବା ପାଇଁ ନିଷ୍ପତି ନେଇଛି । ମୁଁ ଏହି କଠିନ ସମୟରୁୁ ବାହାରିବା ପାଇଁ ଉଦ୍ୟମ କରିବି ।
ଏଠାରେ ଆପଣଙ୍କୁ କହି ରଖୁଛୁ କି, କିଛି ଦିନ ପୂର୍ବରୁ ସୋନାଲି ହିନ୍ଦୁସ୍ତାନ ସର୍ଜିକାଲ ହେଥ୍ଲକେୟାର ମେଡିକାଲରେ ଆଡିମିଟ ହୋଇଥିଲେ ।