ମୁମ୍ବାଇ (ଏଟିଆର ବ୍ୟୁରୋ):ଆଜିକାଲି ବଲିଉଡ ନେର୍ଦ୍ଦେଶକ ତଥା ପ୍ରଯୋଜକ ଏକତା କପୁର ତାଙ୍କ ଫିଲ୍ମ ପାଇଁ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ସେ ତାଙ୍କ ଫିଲ୍ମ ‘କଭି ଖୁସି କଭି ଗମ’ର ସିରିଏଲ ପରେ ଏବେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଙ୍କ ବାୟୋପିକ ପ୍ରସ୍ତୁତ କିରିବେ ବୋଲି ନିଷ୍ପତି ନେଇଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ ଏକତା କପୁର ସୌରଭଙ୍କ ବାୟୋପିକକୁ ତାଙ୍କ ଚ୍ୟାନେଲ ଏଏଲଟି ବାଲାଜି ରେ ପ୍ରସାରିତ କରିବେ । ଏନେଇ ସେ ସୌରଭ ଗାଙ୍ଗୁଲିଙ୍କ ସହ ବର୍ତ୍ତାଳାପ କରି ସାରିଲେଣି ।
ଏହି ଫିଲ୍ମଟି ସୌରଭ ଗାଙ୍ଗୁଲିଙ୍କ ବହି ‘ଏ ସେଂଚୁରି ଇଜ୍ ନଟ୍ ଏନଫ’ଉପରେ ଆଧାରିତ ହେବ । ସେଥିପାଇଁ ନିଜେ ସୌରଭ ଗାଙ୍ଗୁଲି ମତ ପ୍ରକାଶ କରିଛନ୍ତି ।