ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ଉଠିପାରୁନି ପର୍ଦ୍ଦା । ଏହା ହତ୍ୟା କି ଆତ୍ମହତ୍ୟା ଏନେଇ ଚାଲିଛି ତଦନ୍ତ । ଏହାରି ମଧ୍ୟରେ ମୃତ୍ୟୁ ମାମଲାକୁ ନେଇ ଦିଲ୍ଲୀ ଏମ୍ସ ପ୍ୟାନେଲ ଏକ ରିପୋର୍ଟ ସିବିଆଈକୁ ହସ୍ତାନ୍ତ କରିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ର ଅନୁରୋଧ କ୍ରମେ ଡାକ୍ତର ସୁଧୀର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଯେଉଁଥିରେ ସୁଶାନ୍ତଙ୍କ ଅଟୋପ୍ସି ଏବଂ ବିସରା ରିପୋର୍ଟ ଯାଞ୍ଚ କରାଯାଇଛି ।
ଏକ ବିସ୍ତୃତ ବୈଠକ ହୋଇଥିଲେ, ଏହି ଅସରରେ ଏମ୍ସର ଡାକ୍ତାରୀ ପ୍ୟାନେଲ ତାଙ୍କର ନିର୍ଣ୍ଣାୟକ ନିଷ୍କର୍ଷ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଦୀର୍ଘ ୪୦ ଦିନ ମଧ୍ୟରେ ସିବିଆଇର ନିଷ୍କର୍ଷ ସହିତ ଏମ୍ସ ପ୍ୟାନେଲର ନଷ୍କର୍ଷକୁ ପୃଷ୍ଟି କରାଯାଉଛି । ଏମ୍ସ ପ୍ୟାନେଲର ରିପୋର୍ଟ ଏହି ମାମଲାରେ ବିଶେଷଜ୍ଞଙ୍କ ରାୟ ରୂପେ ନିଆଯିବ ।
ସୂଚନାଯୋଗ୍ୟ, ଜୁନ୍ ୧୪ ରେ ମୁମ୍ବାଇ ସ୍ଥିତ ଫ୍ଲାଟରୁ ସୁଶାନ୍ତଙ୍କ ମୃତ ଦେବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ପରେ ସିବିଆଇ ଏହି ମାମଲାରେ ତଦନ୍ତ କରୁଛି ।