ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି । ଆଜି ଅପରାହ୍ନ ୩ଟାରେ ମୁମ୍ବାଇରେ ସୁଶାନ୍ତ ଅନ୍ତିମ ସଂସ୍କାର ହେବ ।
ଚାରି ଭଉଣୀ ମଧ୍ୟରେ ଗେହ୍ଲା ଥିଲେ ସୁଶାନ୍ତ । ସେ ମୁମ୍ବାଇରେ ରହୁଥିଲେ । ଏବେ ତାଙ୍କ ପରିବାର ସଦସ୍ୟ ପାଟଣାରୁ ମୁମ୍ବାଇରେ ପହଁଚି ସାରିଲେଣି । ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି ।
ମାତ୍ର ସବୁଠାରୁ ବଡ କଥା ହେଉଛି କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ । ଏନେଇ ପୋଲିସ ଖୋଲତାଡ ଆରମ୍ଭ କରିଛି । କିନ୍ତୁ ଦୀର୍ଘ ୬ ମାସ ହେବ ସେ ଡିପ୍ରେସନ୍ ରେ ଥିଲେ ବୋଲି ଜାଣିବାକୁ ମିଳିଛି ।