ପାଟନା (ଏଟିଆର ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ଏକ ମାସରୁ ଅଧିକ ସମୟ ହେଲାଣି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସବୁ ସ୍ଥାନରେ ସୋକର ସାୟା ଛାଇ ଜାଇଥିଲା । ତାଙ୍କ ଆତ୍ମହତ୍ୟା ପଛର ରହସ୍ୟ ଜାଣିବା ପାଇଁ ଅନେକ ଚେଷ୍ଟା ଚାଲିଥିବା ବେଳେ ଏହି ମାମଲାରେ ଆସିଛି ଏକ ନୂତନ ମୋଡ। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସହିତ ଛଅ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ମାମଲା ସାମ୍ନାକୁ ଆସିଛି । ରାଜୀବ ନଗର ଥାନାରେ ରିୟାଙ୍କ ବିରୋଧରେ କେସ୍ ସଂଖ୍ୟା ୨୪୧/୨୦ ଅନୁଯାୟୀ ଅଭିଯୋଗ ହୋଇଛି।
ଆଇପିସିର ସେକ୍ସନ ୩୪୧, ୩୪୨, ୩୮୦, ୪୦୬, ୪୨୦ ଓ ୩୦୬ ଆଧାରରେ ରୁଜୁ ଏଫଆଇଆରରେ ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରଣ୍ଡା ଓ ଶ୍ରୁତି ମୋଦୀଙ୍କ ନାମ ଉଲ୍ଲେଖ ରହିଛି । ଏସଏସପି ପାଟନା ରାଜୀବ ନଗରର ଥାନା ଅଧିକାରୀ ନିଶାନ୍ତ ସିଂହଙ୍କୁ ଏହି କେସ୍ର ତଦନ୍ତକାରୀ ଅଫିସର କରିଛନ୍ତି। । କେସ୍ର ଯାଞ୍ଚ ପାଇଁ ମୁମ୍ବାଇ ଯାତ୍ରା କରିଥିବା ଟିମ୍ରେ କେସ୍ର ଆଇଓ ସହିତ ଇନ୍ସପେକ୍ଟର ମହମ୍ମଦ କେସର ଆଲମ, ରଞ୍ଜନ ଭାରତୀ ଓ ଅନ୍ୟ ଜଣେ ଇନ୍ସପେକ୍ଟର ସାମିଲ।
ଜୁଲାଇ ୨୬ରେ ରୁଜୁ ଏଫଆଇଆରରେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂହ ପାଟନା ପୋଲିସରେ ଲିଖିତ ଅଭିଯୋଗ କରି ରାଜୀବ ନଗର ଥାନାରେ ମାମଲା ରୁଜୁ କରାଇଥିଲେ। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ହୋଇଛି। ପୋଲିସ ସାମ୍ନାରେ ସୁଶାନ୍ତଙ୍କ ପିତା କେକେ ସିଂହ କହିଛନ୍ତି ତାଙ୍କୁ ମୁମ୍ବାଇ ପୋଲିସର ତଦନ୍ତ ଉପରେ ଭରସା ନାହିଁ । ବୟସ ଅଧିକ ହେବା କାରଣରୁ ଏବେ ସେ ଅଧିକ ଦୌଡାଦୌଡି କରି ପାରିବେ ନାହିଁ। ଏହି କାରଣରୁ ସେ ପାଟନା ପୋଲିସଠାରେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି।
ପାଟନା ପୋଲିସର ଅଧିକାରୀ ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସୁଶାନ୍ତଙ୍କ ପିତା ଗୁରୁତର ଅଭିଯୋଗ ଲଗାଇଛନ୍ତି। ଅଭିଯୋଗ ହୋଇଛି ରିୟା ସୁଶାନ୍ତଙ୍କୁ ନିଜ ପରିବାରଠୁ ଅଲଗା କରି ରଖିଥିଲା। ସୁଶାନ୍ତଙ୍କୁ ସେ ପୂରା ନିଜ କବ୍ଜାରେ ରଖିଥିଲା
ସୁଶାନ୍ତଙ୍କ ବାପା କେ କେ ସିଂଙ୍କ ଅଭିଯୋଗ ରହିଛି ଯେ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କ ଆକାଉଣ୍ଟରୁ ପ୍ରାୟ ୧୪ କୋଟି ଟଙ୍କା ନେଇ ଜାଇଛନ୍ତି । ସେ କହିଛନ୍ତି ସବୁ ଟଙ୍କା ଅନଲାଇନ୍ ଜରିଆରେ ନିଆହୋଇଛି ।
ସମସ୍ତ ରେକର୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାର ତଦନ୍ତ ପାଇଁ ପାଟନା ପୋଲିସ ମୁମ୍ବାଇ ପହଞ୍ଚି ସାରିଛି। ତେବେ ଏହି ମାମଲାରେ ଆଗକୁ କି ମୋଡ ଆସୁଛି ଓ ସୁଶାନ୍ତଙ୍କୁ ଜଷ୍ଟିସ ମିଳିବ ନା ନାହିଁ ତାଦା ହେଖିବା ବାକି ରହିଲା ।