ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଠଗସ୍ ଅଫ ହିନ୍ଦୋସ୍ତାନ । ବଲିଉଡରେ ପାରଦାକୁ ଆସୁଥୁବା ବିଗ ବଜେଟ ମୁଭି ମାନଙ୍କ ମଧ୍ୟରୁ ଠଗସ୍ ଅଫ ହିନ୍ଦୋସ୍ତାନ ଅନ୍ୟତମ ଥିଲା । ଯାହାକୁ ଦର୍ଶକ ଚାତକ ପରି ଅନାଇ ବସିଥିଲେ । ତେବେ ଆଜି ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ବଡ ପରଦାରେ ରିଲିଜ ହୋଇଛି ଏହି ଫିଲ୍ମ ।
ରୋମାଣ୍ଟିକ , କମେଡି ,ଫ୍ୟୁରିଅସ ଓ ଆକ୍ସନରେ ଭରପୁର ଏହି ଫିଲ୍ମରେ ରହିଛନ୍ତି ଜବରଦସ୍ତ ଷ୍ଟାରକାଷ୍ଟ । ବିଗ ବି ଅମିତାଭ ବଚନ ଓ ଅମିର ଖାନ ଏହି ଫିଲ୍ମରେ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି । ଏଥିରେ ଅମିତାଭ ବଚନ ଆଜାଦ ଭୂମିକାରେ ଅଭିନୟ କରିଥିବା ବେଳେ ଅମିର ଫିରଙ୍ଗୀ ମଲ୍ଲାହ ଭୁମିକାରେ ଅଭିନୟ କରିଛନ୍ତି ।
ସେହିପରି ଅଭିନେତ୍ରୀ କ୍ୟାଟ୍ରିନା କୈଫ ସୂରିଆ ଚରିତ୍ରରେ ଅଭିନୟ କରିଥିବା ବେଳେ ଫତିମା ଶେଖ ଏକ ଯୋଦ୍ଧା ଅବତାରରେ ନଜରରେ ଆସିଛନ୍ତି । ୟଶରାଜ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ନିର୍ଦ୍ଧେଶନା ଦେଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ୟ ।
ଏହି ଫିଲ୍ମଟି ପରାଧୀନ ଭାରତରେ ଇଂରେଜ ମାନଙ୍କ ଶାସନ ଓ ଅତ୍ୟାଚାର ବିଷୟରେ ଏହି ଫିଲ୍ମରେ ଦେଖାଯାଇଛି । ଏହି ଫିଲ୍ମ କାହାଣୀ ୧୮୯୩ ମସିହାରେ ଲେଖାଯାଇଥିବା ଉପନ୍ୟାସ ‘କନଫେସନ୍ ଅଫ୍ ଏ ଠଗ୍’ ଉପରେ ଅଧାରିତ । ସେତେବେଳେ ଇଂରେଜ ସରକାର ସମୁ୍୍ରଦ୍ର ଗର୍ଭରେ ଜାହାଜ ଲୁଟୁଥିବା କାହାଣୀକୁ ନେଇ ଏହି ଫିଲ୍ମଟି ଗତିଶୀଳ ହୋଇଛି ।