ମୁମ୍ବାଇ (ଏଟିଆର ବ୍ୟୁରୋ); ଆରମ୍ଭ ହୋଇଯାଇଛି ରିଆଲିଟି ସୋ’ ବିଗବସ୍ ସିଜିନ୍ ୧୫ । ଯାହାର ହୋଷ୍ଟ ରହଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାଁ । ବିଗବସ୍ ହାଉସରେ ଅନେକ ଷ୍ଟାର୍ସଙ୍କ ଏଣ୍ଟ୍ରି ହୋଇସାରିଲାଣି । ସବୁଠୁ ଖାସ୍ କଥା ହେଉଛି ସୋ’ର ପ୍ରଥମ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିବା ଅଭିନେତା ଜୟ ଭାନୁଶାଳୀଙ୍କୁ ସଲମାନ ଖାଁ ନିଜେ ପୁରା ଘର ଦେଖାଇଛନ୍ତି । ସେହିପରି ଦ୍ୱିତୀୟ ପ୍ରତିଯୋଗୀ ଭାବେ ବିଶାଲ କୋଟିୟନ ଷ୍ଟେଜ ଉପରକୁ ଆସିଥିଲେ । ଏହାପରେ ତୃତୀୟ ପ୍ରତିଯୋଗୀ ଥିଲେ ତେଜସ୍ୱୀ ପ୍ରକାଶ ।
ସେହିପରି ଷ୍ଟେଜରେ ଏଣ୍ଟ୍ରି କରିବା ପରେ ବିଶାଲ କୋଟିୟନ, ସଲମାନଙ୍କୁ ଏକ ହୃଦୟସ୍ପର୍ଶୀ କାହାଣୀ ସେୟାର କରିଥିଲେ । ଯାହା ସମସ୍ତଙ୍କୁ ହୃଦୟକୁ ଛୁଇଁ ଯାଇଛି । ସେ କହିଛନ୍ତି କି, ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ଏପରିକି ସେ ତାଙ୍କ ପାଠ ପଢା ଫିସ୍ ଦେବା ପାଇଁ ସଲମାନ ଖାଁଙ୍କ ଫିଲ୍ମ ଟିକେଟ ମଧ୍ୟ ଲୋକଙ୍କୁ ବିକ୍ରି କରୁଥିଲେ । ତାଙ୍କର ଏହି କଥାରେ ସଲମାନ ବି ବିଶାଲଙ୍କ ପ୍ରତି ଇଂପ୍ରେସ ହୋଇଯାଇଛନ୍ତି ।
ବିଗବସ୍ ସିଜିନ୍ ୧୫ ଆରମ୍ଭ ହେବା ପୂର୍ବରୁ ବିଗ୍ ବସ୍ ଓଟିଟି ଆସିଥିଲା । ଯାହାକୁ କରଣ ଜୋହର ହୋଷ୍ଟ କରୁଥିବା ବେଳେ ଏହାର ବିଜେତା ହୋଇଥିଲେ ଦିବ୍ୟା ଅଗ୍ରୱାଲ ।