ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲ୍ମ ‘ଦି କାଶ୍ମୀର ଫାଇଲ’ ର ଜବରଦସ୍ତ ସଫଳତା ପରେ ନିର୍ମାତା-ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଏବେ ପୁଶି କାଶ୍ମୀର ଫାଇଲ ଟିମ୍ ସହ ମିଶି ଆହୁରୀ ଦୁଇଟି ଫିଲ୍ମ କରିବାକୁ ଘୋଷଣା କରିଛନ୍ତି ।
କାଶ୍ମୀର ଫାଇଲର ପ୍ରଯୋଜକ ଅଭିଶେକ ଅଗ୍ରୱାଲଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମର ଘୋଷଣା କରିଛନ୍ତି ବିବେକ ଅଗ୍ନିହୋତ୍ରୀ ।
ଏହି ଅବସରରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି କି, ଦି କାଶ୍ମୀର ଫାଇଲ ଟିମ ପୁଣି ଥରେ ଏକାଠି କାମ କରିବେ । ଗୋଟେ ନୁହେଁ ବରଂ ଦୁଇଟି ପ୍ରୋଜେକ୍ଟ ପାଇଁ ଟିମ୍ କାମ କରିବେ । ଅବଶ୍ୟ ଫିଲ୍ମର ଟାଇଟେଲକୁ ନେଇ କୌଣସି ସୂଚନା ଦିଆଯାଇନାହିଁ କିନ୍ତୁ ଏହି ଦୁଇଟି ଫିଲ୍ମ ଭାରତର ସତ୍ୟ ଘଟଣା ଉପରେ ଆଧାରିତ ହେବ ।