ମୁମ୍ବାଇ (ଏଟିଆର ବ୍ୟୁରୋ): ନିକଟରେ ପରଦାରେ ମୁକ୍ତିଲାଭ କରିଛି ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ତାନାଜୀ: ଦି ଅନସଙ୍ଗ ୱାରିଅର’ । ଏହି ଫିଲ୍ମଟିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଫିଲ୍ମଟି ଛତ୍ରପତି ଶିବାଜୀ ମହାରାଜଙ୍କ ସେନାପତି ସୁବେଦାର ତାନାଜୀଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମଟି ରିଲିଜ୍ ହେବାର ଚାରି ଦିନ ମଧ୍ୟରେ ୭୫ କୋଟି ଟଙ୍କା ଆୟ କରିସାରିଲାଣି । ଏହାସହିତ ଫିଲ୍ମଟିକୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଟ୍ୟାକ୍ସ ଫ୍ରି କରାଯାଇଛି ।
ୟୁପି ରେ ‘ତାନାଜୀ’ କୁ ଟ୍ୟାକ୍ସ ଫ୍ରି କରିବାର ସୂଚନା ଅଜୟ ତାଙ୍କ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ।
Thank you Shri Yogi Adityanathji for making #TanhajiTheUnsungWarrior Tax-Free in Uttar Pradesh. I would also be delighted Sir if you watched our film 🙏@myogiadityanath #TanhajiUnitesIndia
— Ajay Devgn (@ajaydevgn) January 14, 2020
ଏହାପରେ ଅଜୟଙ୍କ ଫ୍ୟାନ୍ସ ଟ୍ୱିଟରରେ ସକ୍ରିୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏବେ ଟ୍ୱଟ୍ରରେ କେବଳ #ThankYouYogiJi ଟ୍ରେଣ୍ଡ କରୁଛି । ଅଜୟଙ୍କ ଫ୍ୟାନ୍ସମାନେ ଟ୍ୱିଟ୍ କରି ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଉଛନ୍ତି ।
Tanhaji The Unsung Warrior has been granted Tax Free status in Uttar Pradesh. It’s disgraceful of Shiv Sena for not making the film Tax Free in Maharashtra from where Tanha ji malusare belongs, pitty politics has let HERO of Marathas down #ThankYouYOGIji #TanhajiTheUnsungWarrior pic.twitter.com/LmZcav7g5k
— urstruly Rajkumar (@rajkkummari) January 14, 2020
ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ତାନାଜୀ’ ରେ ଅଜୟ ଦେବଗନଙ୍କ ବ୍ୟତିତ ସୈଫ୍ ଅଲ୍ଲୀ ଖାନ୍ ଏବଂ ଶରଦ କେଲକର ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମଟି ବହୁତ ଶୀଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି ।