ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ବିଶ୍ୱକୁ ଏବେ କରୋନା ଚିନ୍ତା ଘାରିଛି । ଛୋଟରୁ ବଡ ପର୍ଯ୍ୟନ୍ତ ଏବେ ସମସ୍ତଙ୍କୁ ଏହା କବଳିତ କରିବାରେ ଲାଗିଛି । ଦିନକୁ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ ହାଇ ସିକ୍ୟୁରୁଟିରେ ରହୁଥିବା ସେଲିବ୍ରଟି ମାନଙ୍କୁ ମଧ୍ୟ ଏହି ଭାଇରସ ଆକ୍ରମଣ କରୁଛି ।
ବଲିଉଡ୍ ରେ ପ୍ରଥମେ ଗାୟିକା କନିକା କପୁରୁକଙ୍କୁ କରୋନା ହୋଇଥିଲା । ତେବେ ସେହି ସମୟରେ ବଲିଉଡ୍ ରେ କରୋନା ଆତଙ୍କ ଖେଳାଇ ଦେଇଥିଲା । ଏହା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇରେ ରହିଥିଲେ । ଏବେ ପୁଣି ବଲିଉଡ୍କୁ କରୋନା ଭୟ ଫେରିଛି । ଗତକାଲି ସଂନ୍ଧ୍ୟା ସମୟରେ ବଲିଉଡର ବିଗ୍ ବିଙ୍କୁ କରୋନା ହୋଇଥିବାର ଜଣାପଡିଥିଲା । ଏନେଇ ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହା ସହ ସେ କହିଥିଲେ ଯେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ସେ ଏବେ ନାନାବତୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଅମିତାଭ ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
ତେବେ ଅମିତାଭଙ୍କ ପରେ ଜୁନିୟର ବଚ୍ଚନ ତଥା ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏନେଇ ଅଭିଷେକ ନିଜ ସୋସିଆଲ ମିଡିଆରେ ଜଣାଇଛନ୍ତି । ଅମିତାଭ ଓ ଅଭିଷେକ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଫ୍ୟାନ ମାନେ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ଜୟା ବଚ୍ଚନ, ଐଶ୍ୱଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ତଥାପି ସେମାନେ ୨ ସପ୍ତାହ କ୍ୱାରାଣ୍ଟାଇନରେ ରହିବେ । ତେବେ ଅମିତାଭଙ୍କ ବଙ୍ଗଳା ଜଲସାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରାଯାଇଛି ।
Earlier today both my father and I tested positive for COVID 19. Both of us having mild symptoms have been admitted to hospital. We have informed all the required authorities and our family and staff are all being tested. I request all to stay calm and not panic. Thank you. 🙏🏽
— Abhishek Bachchan (@juniorbachchan) July 11, 2020
ବଚ୍ଚନଙ୍କ ପରିବାର ପରେ ଏବେ ଅନୁପମ ଖେର୍ ଙ୍କ ପରିବାରକୁ କରୋନା ଛୁଇଁଛି । ଅନୁପମଙ୍କ ମା ଓ ତାଙ୍କ ଭାଇଙ୍କୁ କରୋନା ହୋଇଛି । ଏନେଇ ଅନୁପମ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅନୁପମ କହିଛନ୍ତି ଯେ ଗତ କିଛି ଦିନ ହେବ ତାଙ୍କ ମା ଙ୍କ ଦେଇ ଖରାପ ରହୁଥିଲା । ତାଙ୍କୁ ଭୋକ ହେଉନଥିଲା ସେ ଖାଲି ଶୋଇ ରହୁଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ମା”ଙ୍କ ରକ୍ତ ନମୁନା ପରୀକ୍ଷଣ କରାଇଥିଲେ । ସେଥିରେ ସବୁ ଠିକ ଠାକ ଆସିଥିଲା । ପରେ ସ୍କାନ କରାଇବାରୁ ଅନୁପମଙ୍କ ମା ଙ୍କ ଦେହରେ ସାମାନ୍ୟ କରୋନା ଲକ୍ଷଣ ଦେଖା ଯାଇଥିଲା । ଏହାପରେ କରୋନା ଟେଷ୍ଟ କରାଇବାରୁ ତାଙ୍କ ମା”ଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ଏହା ପରେ ଅନୁପମ, ତାଙ୍କ ଭାଇ, ଭାଉଜ ଓ ଝିଆରିଙ୍କର କରୋନା ଟେଷ୍ଟ କରାଯାଥିଲା । ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ ଅସିଥିବା ବେଳେ ତାଙ୍କ ଭାଇ , ଭାଉଜ ଓ ଝିଆରିଙ୍କ ରିପୋର୍ଟ ପେଜେଟିଭ ଆସିଛି ।
This is to inform all that my mother Dulari is found Covid + (Mildly). We have admitted her into Kokilaben Hospital. My brother, bhabhi & niece inspite of being careful have also tested mildly positive.I got myself tested as well & I have tested negative. @mybmc is informed.!🙏 pic.twitter.com/EpjDIALft2
— Anupam Kher (@AnupamPKher) July 12, 2020
ଅନ୍ୟପଟେ ବଲିଉଡ୍ ର ଭରସାଟାଇଲ ଅଭିନେତ୍ରୀ ରେଖାଙ୍କ ବଙ୍ଗଳାକୁ ସିଲ୍ କରାଯାଇଛି । ରେଖାଙ୍କ ବଙ୍ଗଳା ମୁମ୍ବାଇର ବାନ୍ଦ୍ରା ସ୍ଥିତ ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ରହିଛି । ରେଖାଙ୍କ ବଙ୍ଗଳାରେ ନିୟୋଜିତ ଥିବା ଦୁଇ ଜଣ ସିକ୍ୟୁରିଟ ଗାର୍ଡଙ୍କ ମଧ୍ୟରୁ ଜଣେ କରୋନା ପଜେଟିଭ ହେବା ପରେ ତାଙ୍କ ବଙ୍ଗଳାକୁ ସିଲ କରି ଦିଆଯାଇଛି । ସିକ୍ୟୁରିଟି ଜଣଙ୍କୁ ବାନ୍ଦ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରେଖାଙ୍କ ବଙ୍ଗଳାର ଆଖପାଖ ଅଞ୍ଚଳରକୁ ସାନିଟାଇଜ କରିଛି ବିଏମସି । ଏହା ସହ ଗତ କିଛି ଦିନ ମଧ୍ୟରେ ରୋଖାଙ୍କ ବଙ୍ଗଳାକୁ ଆସିଥିବା ଲୋକ ମାନଙ୍କୁ କିଛି ଦିନ ପାଇଁ ହୋମ୍ କ୍ୱରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ।