ମୁମ୍ବାଇ (ଏଟିଆର ବ୍ୟୁରୋ): କେଜିଏଫ୍ ଫିଲ୍ମର ଅଭିନେତା ୟଶ ସୁଦୀପଙ୍କ ଘରେ ଆଇଟି ବିଭାଗ ରେଡ୍ କରିବା ପରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ମୁତାବକ, ଗୁରୁବାର ସକାଳ ପାଖାପାଖି ୮ଟା ବେଳେ ଏହି ରେଡ୍ କରାଯାଇଛି । କନ୍ନଡ ଅଭିନେତା ୟଶଙ୍କ ବ୍ୟତିତ ୨୫ ଜଣ କଳାକାରଙ୍କ ଘରେ ଚଢାଉ କରାଯାଇଛି ।
ହୁଏତ ଆଇଟି ବିଭାଗର ଅଚାନକ୍ ଚଢାଉକୁ ନେଇ ଏଯାବତ୍ କୌଣସି କାରଣ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଏହି ଘଟଣାରେ କନ୍ନଡ ଫିଲ୍ମର ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ଆକ୍ଟିଭ୍ ହୋଇଯାଇଛନ୍ତି । ଏହି ଚଢାଉ କଳା ଧନ ଥିବା ହେତୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ଖବରମୁତାବକ, ପୁନୀତ ରାଜକୁମାର,ଶିବରାଜକୁମାର,ସୁଦୀପ ଏବଂ ବିଜୟଙ୍କୁ ଏହି ମାମଲରେ ପଚରାଉଚରା କରାଯାଇଛି । ବେଙ୍ଗାଲୁରର ଆଖାପାଖି ଅଞ୍ଚଳରେ ଚଢାଉ ଜାରି ରହିଛି । ପ୍ରାୟତଃ ୧୬୦ରୁ ଅଧିକ ଆଇଟି ଅଧିକାରୀଙ୍କ ସମେତ କର୍ଣ୍ଣାଟକ ପୋଲିସ୍ ମଧ୍ୟ ଏଥିରେ ସାମିଲ ଅଛି ।