ମୁମ୍ବାଇ(ଏଟିଆର ବ୍ୟୁରୋ) : ବଲିଉଡ ଜଗତର ବହୁ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ବୁଧବାର ଦିନ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଏକ ବାଲେରିନା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ । ଜ୍ୟାକଲିନଙ୍କ ଏହି ଫଟୋଟିରେ ତାଙ୍କ ଫ୍ୟାନ୍ସଙ୍କ ସହ ତାଙ୍କ ସହକର୍ମୀ ମାନେ ମଧ୍ୟ ନିଜ ମନ୍ତବ୍ୟ ଦେଇଥିଲେ । ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଶିଳ୍ପା ସେଟ୍ଟି ଲେଖିଥିଲେ ‘ଉଫ୍, ଲୁକ୍ ଆଟ୍ ୟୁ ଗାର୍ଲ ଆମେଜ ।’
ଦର୍ଶାଯାଉଛି ଯେ ଏହି ଫଟୋଟି ଜ୍ୟାକଲିନ୍ ପରବର୍ତ୍ତୀ ପ୍ରୋଜେକ୍ଟର ଟିଜର ଅଟେ । ଜ୍ୟାକଲିନ ୨୦୦୯ ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ । କିନ୍ତୁ ‘ମଡର ୨’ ତାଙ୍କୁ ପରିଚୟ ମିଳିଥିଲା । ଜ୍ୟାକଲିନ ଶେଷ ଥର ପାଇଁ ‘ମିସେସ୍ ସିରିୟଲ୍ କିଲର’ରେ ନଜର ଆସିଥିଲେ । ଏହା ବ୍ୟତୀତ ଆଗକୁ ତାଙ୍କର ‘କିକ ୨’ ଆସିବାକୁ ଯାଉଅଛି ।