ନୂଆଦିଲ୍ଲୀ (ଏଟିଆର ବୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିବାର୍ଚନ । ଏଣୁ ଦଳମାନେ ଜିତିବା ପାଇଁ ନୂଆ ସମିକରଣ କରୁଛନ୍ତି । ତେବେ ଭୋପାଳରେ ବିଜେପିର ପଲ୍ଲା ଭାରିଥିବା ବେଳେ ସେହି ସିଟକୁ ହାତେଇବା ପାଇଁ କଂଗ୍ରେସ ଚେଞ୍ଚ କରିପାରେ ଗେମ ପ୍ଳାନ । ବରିଷ୍ଠ ଅଭିନୟରେ ଯୁବପିଢ଼ୀଙ୍କୁ ମତୁଆଲା କରିଥିବା ଅଭିନେତ୍ରୀ କରୀନା କପୁରଙ୍କ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ଭୋପାଳରେ ଯୁବ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏଣୁ କରୀନାଙ୍କୁ ଅସ୍ତ୍ର କରି ଭୋପାଳ ଲୋକସଭା ଆସନ ହାତେବା ଲକ୍ଷରେ କଂଗ୍ରେସ । ଯୁବକମାନେ ସାଧାରଣତଃ ଗ୍ଳାମର ଦୁନିଆରେ ଥିବା ଅଭିନେତା ଅଭିନେତ୍ରୀଙ୍କୁ ପସନ୍ଦ କରିଥାନ୍ତି ।
ସୂଚନା ମୁତାବକ ଭୋପାଳ ଲୋକ ସଭା ଆସନରୁ କଂଗ୍ରେସ ପକ୍ଷରୁ କରୀନା ଶ୍ୱଶୂର ମଂସୁର ଅଲ୍ଲୀ ଖାନ ନିର୍ବାଚନ ଲଢ଼ି ପରାଜୟ ବରଣ କରିଛନ୍ତି । ସେପଟେ ଭୋପାଳରେ ବିଜେପିର ପଲ୍ଲା ଭାରି ରହିଥିବା ଦେଖିବାକୁ ମିଳିଛି । ଏଣୁ କରୀନା ଯଦି ସେହି ଆସନରୁ ଲଢ଼ନ୍ତି ତେବେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଛି । ସେପଟେ ଭୋପାଳର ବହୁ କଂଗ୍ରେସ ନେତାଙ୍କର ମଧ୍ୟ କରୀନାଙ୍କୁ ପ୍ରାର୍ଥୀ କରିବା ପାଇଁ ଅଡି ବସିଛନ୍ତି । ତେବେ ଏହି ଖବର ଦଳର ସୁପ୍ରିମୋଙ୍କ ପାଖରେ ପହଁଞ୍ଚି ନାହିଁ । କିନ୍ତୁ ଯଥାଶିଘ୍ର ଏହି ଖବର ପହଁଞ୍ଚିବ ଏବଂ କରୀନାଙ୍କୁ ପ୍ରାଥୀ କରାଯିବ ବୋଲି ଆଶା ରଖିଛନ୍ତି ବହୁ ତୁଙ୍ଗ ନେତା ।