ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଆର୍ନ୍ତଜାତୀୟ ଖ୍ୟାତି ସମ୍ପର୍ଣ୍ଣ ପ୍ରଯୋଜକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ନିଧନ ଘଟିଛି ।୬୯ ବର୍ଷ ବୟସରଙ୍କ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିଲା । କିଛିଦିନ ପୂର୍ବେ ତାଙ୍କୁ ଭିଜା ମାଟିର ସ୍ୱର୍ଗ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମିଳିଥିଲା । ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ୱର୍ଣ୍ଣ ପଦକ ହାସଲ କରିସାରିବା ପରେ ୧୯୭୫ମସିହାରେ ପ୍ରଥମ କରି ଆଣ୍ଟି- ମେମୋରିସ ନାମକ କ୍ଷୁଦ୍ର ସିନେମା ନିର୍ମାଣ କରିଥିଲେ ।
ଶୀତ ରାତି ଥିଲା ତାଙ୍କର ପ୍ରଥମ ସିନେମା ।୧୯୮୧ମସିହାରେ ତାଙ୍କ ନିର୍ଦ୍ଦେଶିତ ସିନେମା ଶୀତ ରାତି ପାଇଁ ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ଏବଂ ପ୍ରଥମ ଥର କୌଣସି ଆର୍ନ୍ତଜାତୀକ ଚଳଚ୍ଚିତ୍ର ଉତ୍ସବରେ ଏକ ଓଡିଆ ଫିଲ୍ମ ପ୍ରଦର୍ଶତ ହୋଇଥିଲା । ମନମୋହନ ମହାପାତ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ସମ୍ମାନସୂଚକ ଡିଲିଟ ସମ୍ମାନରେ ସମ୍ମାନିତ ହୋଇଥିଲେ ।