ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନରେନଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ବାୟୋପିକ ଫିଲ୍ମ ‘ ପିଏମ ନରେନ୍ଦ୍ର ମୋଦି’ ବର୍ତ୍ତମାନ ଚାଲିବନି ବୋଲି ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି । ଫିଲ୍ମକୁ ନେଇ ହୋଇଥିବା ଏକ ମାମଲାର ଶୁଣାଣୀ କରି ସୁପ୍ରିମ କୋର୍ଟ କହିଛନ୍ତି ନିର୍ବାଚନ କମିଶନ ନେଇଥିବା ନିଷ୍ପତିରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବ ନାହିଁ ବୋଲି ସୁପ୍ରିମ କୋର୍ଟ ରାୟରେ କହିଛନ୍ତି ।
ପୂର୍ବରୁ ଏହି ଫିଲ୍ମ ଉପରେ ନିର୍ବାଚନ କମିଶନ ରୋକ ଲଗାଇଥିଲେ । ଇସି କହିଥିଲେ କି ନିର୍ବାଚନ ବେଳେ କୌଣସି ନେତାଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ଭୋଟରଙ୍କ ଉପରେ ପ୍ରଭାବ ପକାଇପାରେ ଜଣାଇ ଫିଲ୍ମ ଉପରେ ରୋକ ଲଗାଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ନିର୍ମାତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ନିର୍ବାଚନ କମିଶନ ନେଇଥିବା ନିଷ୍ପତି ଉପରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେଇଛନ୍ତି । ସୂଚନଯୋଗ୍ୟ ଯେ ନିର୍ବାଚନ କମିଶନ ଫିଲ୍ମ ଦେଖି ଫଳାଫଳ ଏକ ବନ୍ଦ ଲଫାପାରେ କୋର୍ଟକୁ ଦେବାକୁ କହିଥିଲେ ।