ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ରିଲିଜ ହେବ ନୂଆ ଓଡିଆ ଚଳଚ୍ଚିତ୍ର ନିମକି,ନିମପୁରରୁ ନବୀନ ନିବାସ । ଯାହାକୁନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦିନ ପରେ ପରଦାରେ ନଜର ଆସିବେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମର ପ୍ରିମିୟର ସୋରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଯୋଗ ଦେବେ । ସେପଟେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ତାଙ୍କର ନିମନ୍ତ୍ରଣକୁ ଆଦର ସହ ଶୁଭେଛା ଜଣେଇଛନ୍ତି ।
ବର୍ଷା ପ୍ରିୟଦର୍ଶିନୀଙ୍କର ଏହି ଫିଲ୍ମଟି ଡ୍ରିମ ପ୍ରୋଜେକ୍ଟ ଥିଲା । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ ସାଜିଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ଯେଉଁ ସଭା ସମିତିରେ ଯୋଗ ଦେବାକୁ ଯାଆନ୍ତି ନିମକି ସେଠାକୁ ଯାଏ । ଯେତେ ମନା କଲେ ମଧ୍ୟ ଧସେଇ ପଶେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାମକୁ ପ୍ରଂଶସା କରେ ନିମପୁରରେ ସେ ଗାଉଁଲି ଝିଅ ନିମକୀ । ବର୍ଷା ଏହି ଫିଲ୍ମରେ ଗାଁଉଲି ଝିଅ ଭୂମିକାରେ ଅଭିନୟ କରିବେ । ତେବେ ଏହାର ପ୍ରିମିୟର ରିଲିଜ ହେବା ପୂର୍ବରୁ ବେଶ ଚର୍ଚ୍ଚା ହୋଇଛି ।