କଟକ (ଏଟିଆର ବ୍ୟୁରୋ); ଓଡିଉଡରେ ଖେଳି ଯାଇଛି ଶୋକର ଛାୟା । ଆରପାରିରେ ଜଣାଶୁଣା ଚଳଚିତ୍ର ପ୍ରାଯୋଜକ କେଶବ ରାଉତ । ତାଙ୍କର ହୃଦ୍ଘାତରେ ପରଲୋକ ହୋଇଛି। ରବିବାର କଟକ ଶଙ୍କରପୁରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ କବର ଶୁଣିବା ପରେ ଶେଷ ଦର୍ଶନ କରିବା ପାଇଁ ଓଡିଉଡ କଳାକାର ଏବଂ ରାଜନେତାଙ୍କ ଭିଡ ଜମିଛି ।
କେଶବ ଏକାଧାରରେ ଜଣେ ପ୍ରଯୋଜକ,ଅଭିନେତା ଏବଂ ରାଜନେତା ମଧ୍ୟ ଥିଲେ । ସେ ବହୁ ଜଣାଶୁଣା ବ୍ଳକବାଷ୍ଟର ଫିଲ୍ମରେ ପ୍ରଯୋଜନା ଦେଇଛନ୍ତି । ସେ ପ୍ରଥମେ ୧୯୮୮ରେ ମୁକ୍ତିଲାଭ କରିଥିବା ‘ସୁନା ଚଢ଼େଇ’ ଫିଲ୍ମରେ ପ୍ରଯୋଜନା କରିଥିଲେ । ଏହାପରେ ସେ ଆହୁରି ନାମିଦାମି ଫିଲ୍ମରେ ମଧ୍ୟ ପ୍ରଜୋଜନା ଭାର ସମ୍ଭାଳିଛନ୍ତିି ।‘ସୁନା ହରିଣୀ’, ‘ସନ୍ତାନ’ ଓ ଭୀଷ୍ମପ୍ରତିଜ୍ଞା ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ। ବଙ୍ଗଳା ଫିଲ୍ମ ‘ଜୀବନସଙ୍ଗୀ’ର ମଧ୍ୟ ପ୍ରଯୋଜକ ଥିଲେ କେଶବ। ଏହା ସହିତ ସେ ଅନେକ ଟିଭି ସିରିଏଲର ମଧ୍ୟ ପ୍ରଯୋଜକ ଥିଲେ।
ସୁନା ସଂସାର ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି କେଶବ । ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ନିଖୁଣ ଅଭିନୟ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ରହିଛି । ସେ ବହୁ ଓଡିଆ ସିରିଏଲରେ ମଧ୍ୟ ପ୍ରଯୋଜନା କରିଛନ୍ତି । ତରଙ୍ଗରେ ପ୍ରସାରିତ ମେଗା ଧାରାବାହିକ ‘ଶ୍ରୀ ଜଗନ୍ନାଥ’ର ବି ସେ ପ୍ରଯୋଜନା କରିଥିଲେ। କେଶବ ରାଉତ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ବି ସଭାପତି ଥିଲେ।