ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୧୦ ତାରିଖରେ ମୁକ୍ତିଲାଭ କରିବ ନୂଆ ଓଡିଆ ଚଳଚ୍ଚିତ୍ର । ଏହାର ଶୀର୍ଷକ ରହିଛି ‘ପ୍ରେମରେ ରଖିଛି ୧୦୦ରୁ ୧୦୦’ । ତେବେ ଏହି ଫିଲ୍ଲରେ ପ୍ରମୁଖ ଭୂମିକାରେ ଅଛନ୍ତି ଜୋତି ଏବଂ ରିଆ । ଏହି ଦୁହିଁଙ୍କ ଯୋଡି ପ୍ରଥମ ଥର ପାଇଁ ପରଦାରେ ନଜର ଆସିବେ । ଏହି ଫିଲ୍ଲରେ ବିଜୁ ବଡଜେନା ଏବଂ ପ୍ରେମାଞ୍ଜନ ପରିଡା ପ୍ରମୁଖ ରହିଛନ୍ତି । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସଂଜୟ ନାୟକ । ତେବେ ସେ ଏହି ଫିଲ୍ମରେ ଚିତ୍ରନାଟ୍ୟ,ନିର୍ଦ୍ଦେଶନା ଏବଂ ସଂଳାପ ଦାୟିତ୍ୱ ତୁଲାଇଛନ୍ତି । ଏହାର ଫିଲ୍ମଟିର ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ଏବଂ ଦିଲ୍ଲୀପ ଦାସ ।
ସେପଟେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଭାର ସମ୍ଭାଳିଛନ୍ତି ବିଗତ ଦିନର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର । ଫିଲ୍ମ ରିଲିଜ ହେବା ପୂର୍ବରୁ ଟାଇଟଲ ଗୀତ ଦର୍ଶକଙ୍କ ମନ ମୋହିଛି । ତେବେ ଏହି ଫିଲ୍ମଟି ସୁପରହିଟ ହେବ ଏବଂ ଦର୍ଶକ ମହଲରେ ଚର୍ଚ୍ଚା ହେବ ବୋଲି ପ୍ରଜୋଯନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି । ସବୁଠାରୁ ବଡ କଥା ହେଉଛି ଫିଲ୍ମର ସଙ୍ଗୀତ ଅତ୍ୟନ୍ତ ମନୋରମ ହୋଇଛି ବୋଲି କହିଛନ୍ତି ମଳୟ ମିଶ୍ର । ତେବେ ମଳୟ ମିଶ୍ର ପୂର୍ବରୁ ଓଡିଆ ସଂଙ୍ଗୀତ ପ୍ରେମୀଙ୍କୁ ବହୁତ ଗୀତ ଭେଟି ଦେଇଛନ୍ତି । ଯାହାକି ଫୁଲ ଧମାଲ ମଚେଇଛି । ସେ ଆଲବମ ହେଉ ବା ଫିଲ୍ମ । ମଳୟ ମିଶ୍ରଙ୍କ ‘ଲେଖିଛି ନାଁ ତୋର’ ଗୀତଟି ବେଶ ଚହଳ ସୃଷ୍ଟି କରିଥିଲା ।
ଏହି ଫିଲ୍ମ ମାଧ୍ୟମରେ ୨୦୧୯ ମସିହାର ପ୍ରଥମ ଥର ପାଇଁ ନଜର ଆସିବେ ରିଆ । ସେ ଶେଷଥର ପାଇଁ ୨୦୧୮ ମସିହାରେ ‘ଦିୱାନା ହେଲି ତୋ ପାଇଁ’ କରିଥିଲେ । ରିଆଙ୍କର ସେହି ଫିଲ୍ମଟି ଏତେ ସଫଳତା ପାଇନଥିଲା । କିନ୍ତୁ ଏହି ଫିଲ୍ମଟି ନିଶ୍ଚୟ ମନମୋହିବ ବୋଲି ଆଶା କରିଛନ୍ତି । ରିଆ ‘ପ୍ରେମ ଅଢ଼େଇ ଅକ୍ଷର’ ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବରେ ପରଦାକୁ ଆସିଥିଲେ । ଏହା ପରେ କ୍ରିମିନାଲ,ଧର୍ମ,ଗୋଲାପି ଗୋଲାପି ଭଳି ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ତେବେ କିଛିଦିନ ହେବ ତାଙ୍କର ହିଟ ଫିଲ୍ମ ଆସିନାହିଁ । ଏଣୁ ଏହି ଫିଲ୍ମ ମାଧ୍ୟମରେ ସେ ପୁଣି ଥରେ ଓଡିଆ ଦର୍ଶକଙ୍କୁ ବିମୋହିତ କରିବେ ବୋଲି ଆଶା ରଖିଛନ୍ତି ।