ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ‘ଷ୍ଟାର ଫିଲ୍ମ ଆୱାର୍ଡ -୨୦୧୯’ । ଓଡିଶାର ପାଞ୍ଚ ଜଣ ଅଗ୍ରଣୀ ପ୍ରଯୋଜନା ସଂସ୍ଥା ମାନଙ୍କୁ ନେଇ ଫେବୃଆରୀ ମାସ ୯ତାରିଖରେ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଏହା ଅନୁଷ୍ଠିତ ହେବ । ୨୦୧୯ ବର୍ଷରେ ମୁକ୍ତିଲାଭ କରିଥିବା ସମସ୍ତ ଚଳଚିତ୍ରକୁ ନେଇ ୨୫ ଗୋଟି ବିଭାଗ ଗଠନ କରାଯାଇଛି । ଯେଉଁଥିରେ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ଟେକ୍ନିସିଆନ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଓଡିଆ ଚଳଚ୍ଚିତ୍ର ଜଗତର ୪ଜଣ ବିଭିନ୍ନ ବିଭାଗର ବରିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ଜୀବନବ୍ୟାପି ସାଧନା ପାଇଁ ପୁରଷ୍କାର ପ୍ରଦାନ କରାଯିବ ।
ତେବେ ଏହି ପୁରଷ୍କାର ପରମ୍ପରାକୁ କେବଳ ଗୋଟିଏ ବର୍ଷ ନୁହେଁ ବରଂ ପ୍ରତିବର୍ଷ କରାଯିବ ବୋଲି ଏକ ପ୍ରେସମିଟ ମାଧ୍ୟମରେ ଆୟୋଜକମାନେ କହିଛନ୍ତି । ଏହି ପ୍ରେସମିଟ କାର୍ଯ୍ୟକ୍ରମରେ ଚେୟାରମ୍ୟାନ ରମେଶ ଚନ୍ଦ୍ର ବାରିକ, ସଭାପତି ଲୁଟୁ ମହାନ୍ତି, ସମ୍ପାଦକ ରବିନ୍ଦ୍ର ପଣ୍ଡା, ସହ- ସମ୍ପାଦକ ଶ୍ରୀଧର ମାର୍ଥା ଓ ଉପ-ସଭାପତି ଲୋକନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ସଭା ଆୟୋଜକମାନଙ୍କ ଦ୍ୱାରା ଟ୍ରଫିକୁ ଉନ୍ମୋଚନ କରାଯାଇଥିଲା ।