ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଲିଉଡର ସବୁଠାରୁ ଚୁଲବୁଲା ଦମ୍ପତି କୁହାଯାଉଥିବା ବାଜିରାଓ ମସ୍ତ।ନୀ ଯୋଡି ରଣବୀର ଓ ଦୀପିକା ପାଦୁକୋନଙ୍କ ଆଜି ହେଉଛି ପ୍ରଥମ ବିବାହ ବାର୍ଷିକ । ଦୀର୍ଘ ୭ବର୍ଷର ଲୁଚାଛପା ଭଲ ପାଇବା ପରେ ୨୦୧୮ ନଭେମ୍ବର ୧୪ରେ ଇଟାଲିର ଲେକ କୋମୋରେ କିଛି ହାତ ଗଣତି ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଦନରେ ବାନ୍ଧି ହୋଇଥିଲେ ବଲିଉଡର ଏହି ହଟ ଯୋଡି । ଉଭୟ ତାମିଲ ଓ ସିନ୍ଧି ରୀତିନୀତିରେ ବିବାହ କରିଥିଲେ । ଖାଲି ସେତିକି ନୁହେଁ ଭାରତ ଆସି ତିନୋଟି ସ୍ଥାନରେ ବିବାହ ଭୋଜି ମଧ୍ୟ ଦେଇଥିଲେ । ତେବେ ଏହି ଚର୍ଚ୍ଚିତ ଯୋଡି ନିଜର ପ୍ରଥମ ବିବାହ ବାର୍ଷିକକୁ ଅତି ନିଡାମ୍ବର ସହିତ ପାଳନ କରୁଥିବାର ଦେଖିବାକୁ ମିଳିଛି ।
ଆଜିର ଏହି ଖାସ ଦିନରେ କୌଣସି ପାର୍ଟି ବା ବଡ ଉତ୍ସବ ନକରି ଉଭୟ ଅତି ସାଧରଣ ଭାବେ ନିଜ ପରିବାର ଲୋକଙ୍କ ସହ ବିଭିନ୍ନ ମନ୍ଦିର ଯାଇ ଠାକୁରଙ୍କୁୁ ଦର୍ଶନ କରିଛନ୍ତି । ପ୍ରଥମେ ତାମିଲନାଡୁର ତିରୁପତି ବାଲାଜୀ ମନ୍ଦିର ଯାଇ ଉଭୟ ଦଅଁ ଦର୍ଶନ କରିଛନ୍ତି । ଏହା ପରେ ସେ ପଦ୍ମାବତୀ ମନ୍ଦିର ଯିବେ ଓ ପରେ ପଞ୍ଜାର ଯାଇ ଠାକୁରଙ୍କର ଆର୍ଶିବାଦ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତିରୁପତିରେ ଦୀପିକା ନାଲି ଓ ସୁନେଲି ରଙ୍ଗର ସାଢି ପିନ୍ଧିଥିବା ବେଳେ ରଣବୀର ସୁନେଲି ରଙ୍ଗର ସେରୱାନୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ରଣବୀର ଓ ଦୀପିକା ବିବାହ ପୂର୍ବରୁ ପଦ୍ମାବତ ଫିଳ୍ମରେ ଏକାଠି ନଜର ଆସିଥିବା ବେଳେ ବିବାହ ପରେ ଉଭୟ କପିଲ ଦେବଙ୍କ ବାଓପିକ୍ ଫିଲ୍ମ ୮୩ରେ ନଜରକୁ ଆସିବେ ।