ମୁମ୍ବାଇ ( ଏଟିଆର ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ସନ୍ଦେହରେ ଥିବା ରିୟା ଚକ୍ରମର୍ତ୍ତୀ ଡ୍ରଗସ୍ ଲିଙ୍କ ମାମଲାରେ ରିୟାଙ୍କୁ ଗତକାଲି ଗିରଫ କରିଥିଲା ଏନସିବି । ଏନସିବି ୩ ଦିନ କାଳ ରିୟାଙ୍କୁ ଜେରା କରିବା ପରେ ଗତକାଲି ଗିରଫ କରିଥିଲା । ତେବେ ଗତକାଳଇ ରାତିରେ ଏନସିବି ଲକଅପରେ କଟିଛି ରିୟାଙ୍କ ରାତି ।
ଗତକାଲି ଠାରୁ ୧୪ ଦିିନ ଏନସିବି ହେପାଜତକୁ ଯାଇଛନ୍ତି ରିୟା । ଗତକାଲି ରିୟାଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ । ତେବ ପ୍ରଥମ ଦିନ ରିୟାଙ୍କୁ ଜେଲକୁ ନିଆଯାଇ ନଥିଲା ସେ ଗତକାଳଇ ରାତିରେ ଏନସିବି ଲକଅପରେ ରହିଥିଲେ । ଆଜି ରିୟାଙ୍କୁ ବାଇକୁଲ୍ଲା ଜେଲ ସ୍ଥାନାନ୍ତର କରାଯାଇପାରେ ।
ସୂଚନାଯୋଗ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ହେବା ପରେ ଅନେକ ରହସ୍ୟ ସାମ୍ନାକୁ ଆସିଥିଲା । ତେଣୁ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ରିୟାଙ୍କୁ ତାଙ୍କ ମୃତ୍ୟୁ ବାବଦରେ ଅନେକ ପ୍ରଶ୍ନ ପଚରାଯାଇଥିଲା । ସାମ୍ନାକୁ ଆସିଥିଲା ଡ୍ରଗ୍ସ କାରବାକ କଥା । ତେବେ ଡ୍ରଗ୍ସ ମାମଲାରେ ପ୍ରାୟ ତିିନି ଦିନର ଜେରା ପରେ ଆଜି ତୃତୀୟ ଦିନରେ ଏନସିବି ରିୟାଙ୍କୁ ଗିରଫ କରିଛି । ନାକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ହାତରେ ଲାଗିଥିଲା ପ୍ରମାଣ , ଦୁଇଟି ପୁରୁଣା ଫୋନ , ଲ୍ୟାପଟପ ଓ ହାର୍ଡ ଡ୍ରାଇଭ ।
ରିୟାଙ୍କ ଡିଲେଟ ମେସେଜରୁ ଅନେକ ତଥ୍ୟ ଏନସିବିକୁ ମିଳିଥିଲା । ତେଣୁ ବର୍ତ୍ତମାନ ରିୟାଙ୍କୁ ନିଜ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିବ ଏନସିବି । ଏହା ପରେ ତାଙ୍କ ମେଡିକାଲ ଟେଷ୍ଟ ମଧ୍ୟ ହେବ । ଏହା ପୂର୍ବରୁ ପୂର୍ବତନ ନିର୍ଦେଶାଳୟ ଓ ସିବିଆଇ ମଧ୍ୟ ରିୟାଙ୍କୁ ପଚରାଉଚୁରା କରିଥିଲା ।