ମୁମ୍ବାଇ ( ଏଟିଆର ବ୍ୟୁରୋ): ଗତକାଲି ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଏନସିବି । ଆଇନ ଅନୁସାରେ ଗତକାଲି ରାତିରେ ରିୟାଙ୍କୁ ଏନସିବି ଲକଅପରେ ରଖାଯାଇଥିଲା । ଗତକାଲି ରିୟାଙ୍କ ରାତି ଏନସିବି ଲକ ଅପରେ କଟିଛି । ତେବେ ଆଜି ରିୟାଙ୍କୁ ଏନସିବି ଅଧିକାରୀ ମାନେ ମୁମ୍ବାଇର ବାଇକୁଲା ଜେଲକୁ ଆଣିଛନ୍ତି । ରିୟା ଏବେ ବାଇକୁଲା ଜେଲରେ ସେପ୍ଟମ୍ବର ୨୨ ପର୍ଯ୍ୟନ୍ତ ବାଇକୁଲା ଜେଲରେ ରହିବେ ।
ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ଔଷଧ କାରବାର ହେଉଥିବା ଘଟଣାକୁ ନେଇ ତଦନ୍ତ ପରେ ଏନସିବି ଗତକାଲି ରିୟାଙ୍କୁ ଲକଅପରେ ରଖିଥିଲା । ସୂଚନାଯୋଗ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ହେବା ପରେ ଅନେକ ରହସ୍ୟ ସାମ୍ନାକୁ ଆସିଥିଲା । ତେଣୁ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ରିୟାଙ୍କୁ ତାଙ୍କ ମୃତ୍ୟୁ ବାବଦରେ ଅନେକ ପ୍ରଶ୍ନ ପଚରାଯାଇଥିଲା । ସାମ୍ନାକୁ ଆସିଥିଲା ଡ୍ରଗ୍ସ କାରବାକ କଥା ।
ତେବେ ଡ୍ରଗ୍ସ ମାମଲାରେ ପ୍ରାୟ ତିିନି ଦିନର ଜେରା ପରେ ଆଜି ତୃତୀୟ ଦିନରେ ଏନସିବି ରିୟାଙ୍କୁ ଗିରଫ କରିଛି । ନାକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ହାତରେ ଲାଗିଥିଲା ପ୍ରମାଣ , ଦୁଇଟି ପୁରୁଣା ଫୋନ , ଲ୍ୟାପଟପ ଓ ହାର୍ଡ ଡ୍ରାଇଭ । ରିୟାଙ୍କ ଡିଲେଟ ମେସେଜରୁ ଅନେକ ତଥ୍ୟ ଏନସିବିକୁ ମିଳିଥିଲା । ତେଣୁ ବର୍ତ୍ତମାନ ରିୟାଙ୍କୁ ନିଜ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିବ ଏନସିବି । ଏହା ପରେ ତାଙ୍କ ମେଡିକାଲ ଟେଷ୍ଟ ମଧ୍ୟ ହେବ । ଏହା ପୂର୍ବରୁ ପୂର୍ବତନ ନିର୍ଦେଶାଳୟ ଓ ସିବିଆଇ ମଧ୍ୟ ରିୟାଙ୍କୁ ପଚରାଉଚୁରା କରିଥିଲା ।