ମୁମ୍ବାଇ ( ଏଟିଆର ବ୍ୟୁରୋ): ସବୁ ବେଳେ ପ୍ରେମକୁ ନେଇ ଚର୍ଚ୍ଚାରେ ଥିବା ସଲମାନ ଏବେ ବାପା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମୁମ୍ବାଇର ଏକ ଗଣମାଧ୍ୟକୁ ସୂଚନା ଦେଇ ଖୋଦ ସଲ୍ଲୁ ଏକଥା ସ୍ୱୀକାର କରିଛନ୍ତି । କିଛିଦିନ ତଳେ ଶୁଣିବାକୁ ମିଳୁଥିଲା କି ସଲ୍ଲୁ କରଣ ଓ ଶାହାରୁଖଙ୍କ ପରି ସରୋଗେସୀ ଜରିଆରେ ବାପା ହେବାକୁ ଚାହୁଛନ୍ତି । ଯାହାକୁ ନେଇ ସେତେବେଳ ସଲମାନ ନିରବ ରହିଥିଲେ ।
ହେଲେ ଏବେ ସଲ୍ଲୁ ମୁମ୍ବାଇର ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ସେ ବାପା ହେବାକୁ ଚାହୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ପିଲା ଚାହୁଁଛି । ପିଲା ସହିତ ମା ବି ଆସିବ । ମା ମୁଁ ଚାହୁଁନି ପିଲାଟି ପାଇଁ ମା ଦରକାର ।ଏହି କଥାର ଖୁଲାସା କରି କହିଛନ୍ତି ପିଲାର ଦେଖାଶୁଣା କରିବା ପାଇଁ ପୁରା ଗାଁ ତାଙ୍କ ସହିତ ରହିଛି ବୋଲି ସେ କହିଛନ୍ତି ।
ସେହିଭଳି ବିବାହ ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନରେ ଭାଇଜାନ କହିଛନ୍ତି ଆଗାମି କିଛି ବର୍ଷ ମଧ୍ୟରେ ତାଙ୍କର ବିବାହ କରିବା ପାଇଁ ସେମତି କିଛି ଯୋଜନା ନାହିଁ । ଆଗକୁ ଇଦ ଉପଲକ୍ଷେ ସଲମାନଙ୍କ ଅପକମିଙ୍ଗ ମୁଭି ଭାରତ କୁ ନେଇ ସଲମାନ ଏବେ ବ୍ୟସ୍ତ ରହୁଛନ୍ତି । ଫିଲ୍ମର ପ୍ରମୋଶନ ପାଇଁ ସଲ୍ଲୁ ଯୋଜନା କରୁଛନ୍ତି । ସିନେମାର ୩ ଟି ଗୀତ ମଧ୍ୟ ରିଲିଜ ହୋଇ ସାରିଛି । ଭାରତର ଟ୍ରେଲରରେ ସଲମାନଙ୍କୁ ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିଛି ।