ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜି ହେଉଛି ବଲିଉଡ ଫିଲ୍ମ ଜଗତର କବିର ସିଂ ଭାବେ ବେଶ ପରିଚିତ ଅଭିନେତା ଶାହିଦ କପୁରଙ୍କ ଜନ୍ମ ଦିନ । ଏଥିପାଇଁ ଶାହିଦଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ୧୯୮୧ ଫେବୃଆରୀ ୨୫ ତାରିଖରେ ନୂଆଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଏହି ହ୍ୱାଡସମ ହଙ୍କ ଅଭିନେତା ଆଜି ୩୯ବୟସରେ ହୋଇଛି । ଗଣମାଧ୍ୟମରେ ସବୁ ବେଳେ ଚର୍ଚ୍ଚାରେ ରହିଆସୁଥିବା ଏହି ଅଭିନେତା ଜଣଙ୍କ ନିଜ ଫିଲ୍ମି କ୍ୟାରିଅର ଏକ ରୋମାଣ୍ଟିକ ହିରୋ ଭାବେ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା । ପିତା ପଙ୍କଜ କପୁର ଏବଂ ମା ନୀଲିମା ଅଜୀମ ଅଭିନୟ ଜଗତରେ ବେଶ ପରିଚିତ ବ୍ୟକ୍ତି ହୋଇଥିବାରୁ ଶହୀଦଙ୍କୁ ତାଙ୍କ ଠାରୁ ଏହି ଅଭିନୟ କଳା ମିଳିଛି ବୋଲି ଶାହିଦ କହନ୍ତି । ଶାହୀଦଙ୍କ ବାପା ମା ଶାହିିଦଙ୍କୁ ଯେତେବେଳେ ୧୦ବର୍ଷ ହୋଇଥିଲା ସେବେଠାରୁ ଅଲାଗା ହୋଇଯାଇଥିଲେ । ବାପା ମାଆ ଅଲଗା ହୋଇଯିବା ପରେ ଶାହିଦ ନିଜ ମାଙ୍କ ସାଙ୍ଗରେ ମୁମ୍ବାଇ ଚାଲିଆସିବା ସହ ଶ୍ୱାମକ ଦବାର ନୃତ୍ୟ ସ୍କୁଲରେ ଯୋଗ ଦେଇଥିଲେ । ତେବେ ଶାହିଦୀଙ୍କୁ ୯୦ ଦଶକର କିଛି ସୁପରହିଟ ଚଳଚିତ୍ରରେ ଦେଖାଯିବା ସହ ଦୂରଦର୍ଶନର କିଛି ବିଜ୍ଞାପନରେ ଦେଖିବାକୁ ମିଳିଥିଲା ।
ତେବେ ଶାହିଦ ନିଜ ଫିଲ୍ମି କ୍ୟାରିଅର ୨୦୦୩ ମସିହାରେ ଇସ୍କ ଭିସ୍କ ଜରିଆରେ ଆରମ୍ଭ କରିଥିଲେ । ତେବେ ଏହି ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା ମଧ୍ୟ ଶାହିଦଙ୍କ ଶ୍ରେଷ୍ଠ ନବାଗତ ଅଭିନେତା ହିସାବରେ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ଶାହିଦଙ୍କୁ ଅନେକ ଫିଲ୍କରେ ଦେଖିବାକୁ ମିଳିଥିଲେ ମଧ୍ୟ ତାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିଲା । ଏତେ ସତ୍ୱେ ଶାହିଦ ହାର ମାନି ନଥିଲେ ଏବଂ ୨୦୦୬ମସିହାରେ ସୁରଜ ବଡଜାତ୍ୟାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ବିବାହରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ନିଜ ଆଡକୁ ଟାଣି ନେବାରେ ସକ୍ଷମ ହୋଇଥିଲେ । ତେବେ ଏହି ଫିଲ୍ମଟି ପରଦାରେ ଭଲ ବ୍ୟବସାୟ କରିବାରେ ସଫଳ ହୋଇଥିଲା । ସେବେଠାରୁ ଶାହିଦ ଆଉ ପଛକୁ ଚାହିଁ ଦେଖିନାହାନ୍ତି । ତେବେ ତାଙ୍କୁ ଜବ ଉଇ ମିଟ, ଆର… ରାଜକୁମାର, ହାଇଦର , ଉହତା ପଞ୍ଜାବ, ପଦ୍ମାବତୀ ଓ କବିର ସିଂ ଭଳି ହିଟ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଜବରଦସ୍ତ ଲୁକରେ ଦେଖିବାକୁ ମିଳିଛି । ଫିଲ୍ମ ଜଗତରେ ଭିନ୍ନ ଭିନ୍ନ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶାହିଦ ୨୦୧୫ ମସିହାରେ ମୀରା ରାଜପୁତଙ୍କୁ ବିବାହ କରିବା ସହ ତାଙ୍କର ଗୋଟିଏ ଝିଅ ଓ ପୁଅ ପିତା ହୋଇଛନ୍ତି ।